ବେଜିଂ: ଚାଇନାରେ ପୁନର୍ବାର କରୋନା ଆତଙ୍କ ବ୍ୟାପିବାରେ ଲାଗିଛି। ଏଭଳି ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି। ବେଜିଂ ନିକଟ ପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ବୃହତ ରାଜନୈତିକ ସମ୍ମିଳନୀ ମଧ୍ୟ ସ୍ଥଗିତ ରଖାଯାଇଛି। ପ୍ରକୃତରେ, ବେଜିଂର ଦକ୍ଷିଣରେ ଥିବା ଗୁଆନ ସହରର ବାସିନ୍ଦାଙ୍କୁ ମଙ୍ଗଳବାରଠାରୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ସାତ ଦିନ ପାଇଁ, ଯାହା ଦେଶର ବିଭିନ୍ନ ପ୍ରଦେଶରେ ବିଶେଷ କରି ଉହାନରେ ଲାଗୁ କରାଯାଇଛି। ଗତ ବର୍ଷ ଉହାନରେ ମହାମାରୀ ଆରମ୍ଭ ହେବା ପରେ ୧୧ ମିଲିୟନ ଲୋକ ୭୬ ଦିନ ଧରି ଲକ୍ଡାଉନ୍ରେ ରହିଥିଲେ। ଏହାଛଡା ପ୍ରତିବର୍ଷ ଫେବୃଆରୀରେ ହେବାକୁରେ ହେବାକୁ ଥିବା ପିପୁଲ୍ସ କଂଗ୍ରେସ ଏବଂ ଏହାର ପରାମର୍ଶଦାତା ସଂସ୍ଥାର ବୈଠକକୁ ସ୍ଥଗିତ ରଖିଥିଲେ।
ଏହି ରାଜନୈତିକ ସମ୍ମିଳନୀ କେବେ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗତ ବର୍ଷ ମାର୍ଚ୍ଚରେ ଚାଇନାରେ ହେବାକୁ ଥିବା ଜାତୀୟ ଜନତା କଂଗ୍ରେସ ଏବଂ ଏହାର ପରାମର୍ଶଦାତା ବୈଠକ ମେ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପ୍ରାଦେଶିକ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର ଦିନ ୪୦ ଟି ନୂଆ ମାମଲା ରିପୋର୍ଟ କରିଛି।
ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ବିବାହ ସମାରୋହ ପରେ କୋଭିଡ-୧୯ ର ୩୦୦ରୁ ଅଧିକ ମାମଲା ରୁଜୁ ହୋଇଛି। ବେଜିଂରେ ଏକ ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ସଂକ୍ରମଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ନାଗରିକମାନଙ୍କୁ ଯାତ୍ରା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ପରୀକ୍ଷାକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକମାନେ ଗୁରୁବାର ଦିନ ଚାଇନାରେ ପହଞ୍ଚିବେ ଏବଂ ୨୦୧୯ ଶେଷରେ ସଂକ୍ରମଣ ଆରମ୍ଭ ହେବାର କାରଣଗୁଡ଼ିକର ଅନୁସନ୍ଧାନ କରିବେ।
Comments are closed.