Latest Odisha News

BREAKING NEWS

ଫେସ୍‌ବୁକ୍ ସହିତ ଡାଟା ସେୟାରିଂକୁ ନେଇ ହ୍ୱାଟ୍‌ସଅପ୍‌ର ପୁଣି ଏକ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ-ଫେସ୍‌ବୁକ୍ ସହିତ ହ୍ୱାଟସଅପ୍‌ର ଡାଟା ସେୟାରିଂ ବିବାଦ ଏବଂ ଏହି କାରଣରୁ ବ୍ୟକ୍ତିଗତ ଗୋପନୀୟ ତଥ୍ୟର ସୁରକ୍ଷାକୁ ନେଇ ପୁଣି ଥରେ ସ୍ପଷ୍ଟୀକରଣ ଦେଇଛି ହ୍ୱାଟସଅପ୍ ।

ଏହି ସୋସିଆଲ୍ ମିଡିଆ ସଂସ୍ଥା ପକ୍ଷରୁ କୁହା ଯାଇଛି ଯେ, ଫେସ୍‌ବୁକ୍ ସହିତ ଡାଟା ସେୟାରିଂ କଲେ ମଧ୍ୟ ପରିବାର ବା ସାଙ୍ଗସାଥୀଙ୍କ ସହିତ ହୋଇଥିବା ପ୍ରାଇଭେଟ୍ କଥାର ସୂଚନା ଫେସ୍‌ବୁକ୍‌କୁ ଯିବ ନାହିଁ । ଫେସ୍‌ବୁକ୍ ସହିତ କେବଳ ବ୍ୟବସାୟ ସଂପର୍କିତ ତଥ୍ୟ ସେୟାର କରାଯିବ ବୋଲି ସ୍ପଷ୍ଟୀକରଣ ଦେଇଛି ହ୍ୱାଟ୍‌ସଅପ୍ । ଏହି ସଂସ୍ଥା ପୁରା ଏକ ତାଲିକା ମଧ୍ୟ ଦେଇଛି,କେଉଁ କେଉଁ ସୂଚନା ଫେସବୁକ୍ ସହିତ ସେୟାର କରାଯିବ ନାହିଁ ।

ସେଗୁଡିକ ହେଲା-
୧-ହ୍ୱାଟସଅପ୍ ଏହାର ୟୁଜର୍‌ର ପ୍ରାଇଭେଟ ମେସେଜ୍ ଦେଖିପାରେ ନାହିଁ କି ଶୁଣିପାରେ ନାହିଁ । ଫେସବୁକ ମଧ୍ୟ ଏସବୁ କରିପାରିବ ନାହିଁ ।
୨-ୟୁଜର୍‌ରକୁ କିଏ କଲ୍ ବା ମେସେଜ୍ କରୁଛି, ତାର ତଥ୍ୟ ହ୍ୱାଟସ୍ଅପ୍ ରଖେ
୩-ୟୁଜର୍‌ର ଲୋକେସନ ବିଷୟରେ ହ୍ୱାଟସ୍‌ଅପ୍ ଜାଣିପାରେ ନାହିଁ । ଫେସବୁକ୍ ମଧ୍ୟ ଏହା ଜାଣିପାରିବ ନାହିଁ ।
୪-ୟୁଜର୍‌ର କଣ୍ଟାକ୍ଟ ଫେସବୁକ୍ ସହିତ ହ୍ୱାଟସଅପ୍ ସେୟାର କରିବ ନାହିଁ
୫-ହ୍ୱାଟସଅପ୍ ଗ୍ରୁପ୍ ପ୍ରାଇଭେଟ ହିଁ ରହିବ
୬-ମେସେଜ ଡିଲିଟ କରିବାର ବିକଳ୍ପ ରହିବ
୭-ୟୁଜର୍ ନିଜ ଡାଟା ଡାଉନଲୋଡ୍ କରିପାରିବ ।

ଗ୍ରୁପ୍ ପ୍ରାଇଭେସି ଉପରେ ହ୍ୱାଟସ୍‌ଅପ୍ ପକ୍ଷରୁ କୁହାଯାଇଛି ଯେ, ବିଜ୍ଞାପନ ପାଇଁ ଉପରୋକ୍ତ ତଥ୍ୟ ସବୁ ଫେସ୍‌ବୁକ୍ ସହିତ ସେୟାର କରାଯିବ ନାହିଁ । ହ୍ୱାଟସଅପ୍ ଚାଟ୍ ଏଣ୍ଡ୍ ଟୁ ଏଣ୍ଡ୍ ଏନକ୍ରିପସନ ହୋଇଥିବାରୁ ହ୍ୱାଟସଅପ୍ ମଧ୍ୟ ତାକୁ ଦେଖିପାରିବ ନାହିଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।
ଯଦି ୟୁଜର୍ ଚାହୁଛନ୍ତି, ମେସେଜ ପଠାଇବା ସାଙ୍ଗେ ସାଙ୍ଗେ ତାହା ଡିଲିଟ ହୋଇଯିବାର ବ୍ୟବସ୍ଥା ୟୁଜର୍ ବାଛି ପାରିବେ ବୋଲି ହ୍ୱାଟସଅପ୍ ପକ୍ଷରୁ କୁହା ଯାଇଛି ।

Leave A Reply

Your email address will not be published.