Latest Odisha News

BREAKING NEWS

୧୬ ତାରିଖରେ ଭୁବନେଶ୍ୱରରେ ୫ଟି କେନ୍ଦ୍ରରେ ଟିକାକରଣ

ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଞ୍ଚିବ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା । ଆସନ୍ତା ୧୬ ତାରିଖରେ ଟିକାକରଣ ଶୁଭାରମ୍ଭ ହେବ । ଭୁବନେଶ୍ୱରରେ ୫ଟି କେନ୍ଦ୍ରରେ ଭ୍ୟାକସିନ୍ ଲଞ୍ଚ କରାଯିବ । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍-୪ ସରକାରୀ ହସ୍ପିଟାଲରେ ଟିକାକରଣ ସେଣ୍ଟର ହୋଇଛି । ସେହିପରି ଈଗଉ ହସ୍ପିଟାଲ, ସମ୍ ଏବଂ କିମ୍ସ ହସ୍ପିଟାଲରେ ଭ୍ୟାକସିନ ଲଞ୍ଚ କରାଯିବ । ଭୁବନେଶ୍ୱରରେ ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ଲିଷ୍ଟ ଦିଆଯାଇଛି ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଆଜି ସନ୍ଧ୍ୟା ପର୍ୟ୍ୟନ୍ତ ରେଜିଷ୍ଟ୍ରେସନ ଖୋଲାଅଛି । ୨୭ଟି ସରକାରୀ ଓ ୧୮ଟି ଘରୋଇ ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର ବ୍ୟବସ୍ଥା ହୋଇଥିବା ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.