Latest Odisha News

BREAKING NEWS

ଜେଜେ ମାଆର ଜୀବନ ବଂଚାଇ ରଖିବା ପାଇଁ ଅଭିନବ ପନ୍ଥା ଗ୍ରହଣ କଲା ନାତି

ବେଜିଂ: ଜୀବନ ମୂଲ୍ୟବାନ । ମୃତ୍ୟୁ ନିଶ୍ଚିତ ସମସ୍ତେ ଜାଣିଥିଲେ ମଧ୍ୟ ଏହାକୁ ଗ୍ରହଣ କରିବା ଏତେ ସହଜ ନୁହେଁ । ଆଉ ଯଦି ପରିଜନଙ୍କ ମୃତ୍ୟୁ ଘଟିଥାଏ ତାହାହେଲେ ତ କଥା ସରିଲା । ଚୀନରେ ଏ ଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ଡିପ ଫେକ ଟେକ୍ନୋଲୋଜିଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ଜେଜେ ମାଆଙ୍କ ଜୀବନ ବଂଚାଇବା ପାଇଁ ଜଣେ ନାତି ଏହି ଟେକ୍ନୋଲୋଜିର ବ୍ୟବହାର କରିଥିଲେ । ଆସନ୍ତୁ ଜାଣିବା ସମ୍ପର୍କ ଘଟଣା.. । ସୂନ କେ ନାମକ ଜଣେ ବ୍ୟକ୍ତି ତାଙ୍କର ୯୧ ବର୍ଷୀୟା ଜେଜେ ମାଆଙ୍କୁ ଭଲ ପାଆନ୍ତି । ସେ ଦୀର୍ଘଦିନ ହେବ ହାର୍ଟ ସମୟରେ ପଡି ରହିଛନ୍ତି । କର୍କଟ ରୋଗରେ ସୂନଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା ।

ଏହି ଦୁଃଖଦ ଖବର ଶୁଣିଲେ ଜେଜେ ମାଆ ବଂଚିବେନି ଆଶଙ୍କା କରି ସୂନ ଡିପ ଫେକ ଟେକ୍ନୋଲୋଜିର ସହାୟ ନେଇଥିଲା । ନିଜ ଚେହେରା ଉପରେ ବାପାଙ୍କ ମୁହଁ ଲଗାଇବା ସହ ସ୍ୱରର ଅବିକଳ ନକଲ କରି ଜେଜେ ମାଆଙ୍କ ସହ କଥା ହୋଇଥାନ୍ତି । ସେ ମଧ୍ୟ ଏହାକୁ ବିଶ୍ୱାସ କରି ପୁଅ ସହିତ ଆନନ୍ଦରେ ଗପିଥାନ୍ତି । ସୂନ ନିଜ ସୋସିଆଲ ମିଡିଆ ଆକାଂଉଟରେ ଏ ସମ୍ପର୍କୀତ ଏକ ଭିଡିଓ ଶେୟାର କରିଥିଲେ । ଯାହା କି ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.