Latest Odisha News

BREAKING NEWS

ଶୀତ ସହିପାରୁ ନାହାନ୍ତି ଚୀନ ସେନା, ଲଦାଖ ସୀମାରୁ ପଛଘୁଂଚା ଦେଲେ ୧୦ ହଜାର ସୈନ୍ୟ

ଲେହ: ଭାରତୀୟ ସେନା ଲଦାଖର ହାଡଭଙ୍ଗା ଶୀତରେ ଦେଶ ପାଇଁ ପ୍ରାଣ ଲଗାଇ ଜଗିଛନ୍ତି । ମାତ୍ର ଚୀନ ସେନା ପୂର୍ବ ଲଦାଖରେ ଏହି ଥଣ୍ଡା ସାମ୍ନା କରିପାରି ନାହାନ୍ତି । ଫଳରେ ବାଧ୍ୟହୋଇ ପିଏଲଏ ୧୦ ହଜାର ସୈନ୍ୟଙ୍କୁ ଏଲଏଏସିରୁ ୨୦୦ କିଲୋମିଟର ପଛକୁ ପଠାଇବାକୁ ବାଧ୍ୟ ହୋଇଛି । ତଥାପି ଏବେ ବି ୪୦୦୦୦ ସେନା ଜଗି ରହିଛନ୍ତି ।

ଉତେଜନା କମି ନ ଥିବାରୁ ଉଭୟ ଭାରତ ଏବଂ ଚୀନ ବିବାଦୀୟ ସ୍ଥାନରୁ ସେନା ହଟାଇ ନାହାନ୍ତି । ଭାରତ ଶାନ୍ତି ପ୍ର୍ରକ୍ରିୟା ପାଇଁ ବାରମ୍ବାର ଚେଷ୍ଟା କରୁଥିବା ବେଳେ ଚୀନ ଚାଲାକି କରି ଏଥିରେ ବାଧା ସୃଷ୍ଟି କରୁଛି । ଲଦାଖରେ ଏବେ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସରୁ ବହୁତ କମ୍ ରହିଛି ।

Leave A Reply

Your email address will not be published.