Latest Odisha News

BREAKING NEWS

ଉଇଘର ମୁସଲିମଙ୍କୁ ନ୍ୟାୟ ପାଇଁ ଚୀନ ବିରୋଧରେ ବିଲ୍ ସ୍ୱାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ : ଚୀନକୁ ଗୁରୁବାର ଆମେରିକା ଶକ୍ତ ଧକ୍କା ଦେଇଛି । ଉଇଘର ମୁସଲିମଙ୍କୁ ନ୍ୟାୟ ପାଇଁ ଚୀନ ବିରୋଧରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବିଲ୍ ସ୍ୱାକ୍ଷର କରିଛନ୍ତି । ଏହା ଚୀନକୁ ଅଡୁଆରେ ପକାଇବେ ବୋଲି ଆଶା କରାଯାଉଛି । ଚୀନ୍ ତାହାର ସୀମା ଉଇଘର ଥିବା ମୁସଲିମ୍‌ଙ୍କୁ ନିର‌୍ୟ୍ୟାତନା ଦେଉଛି । ସେମାନଙ୍କୁ ଚୀନ୍ ହତ୍ୟା ଓ ଦୁଷ୍କର୍ମ କରୁଥିବା ଅଭିଯୋଗ ହେଉଛି । ସେମାନଙ୍କୁ ଜେଲ୍‌ରେ ରଖି ଦଣ୍ଡ ଦେଉଥିବା ପ୍ରମାଣିତ ହୋଇଛି ।

ଚୀନ୍ ଉଇଘରରେ ମୁସଲିମ୍‌ଙ୍କ ଉପରେ ଯେପରି ଆକ୍ରମଣ କରୁଛି ତାହା ମାନବିକତାର ବାହାରେ ବୋଲି ସମସ୍ତେ କହିଛନ୍ତି । ଏବେ ଏହା ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମେରିକା ସଙ୍କେତ ଦେଇଛି । ଏଥିପାଇଁ ଆଗତ ଏକ ବିଧେୟକ ଉପରେ ଟ୍ରମ୍ପ ସ୍ୱାକ୍ଷର କରିଛନ୍ତି । ଏହା ଦ୍ୱାରା ଚୀନ୍ ଉପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । ସୂଚନାଯୋଗ୍ୟ, ଦକ୍ଷିଣ ଚୀନ୍ ସାଗର ଓ ତାଇଓ୍ୱେନ୍‌ରେ ଚୀନ୍ ନିଜର ପଡୋଶୀ ଦେଶଙ୍କ ସହ ମୁହାଁ ମୁହିଁ ହୋଇଛି ।

Leave A Reply

Your email address will not be published.