Latest Odisha News

BREAKING NEWS

ତାଇୱାନ ସୀମାରେ ଚୀନର ଯୁଦ୍ଧାଭ୍ୟାସ, ଡ୍ରାଗନ କରିବ କି ଆକ୍ରମଣ ?

ନୂଆଦିଲ୍ଲୀ: ତାଇୱାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତକୁ ନେଇ ବିବ୍ରତ ହୋଇ ପଡ଼ିଥିବା ଚୀନ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି । ଦ୍ୱିତୀୟ ଦିନର ଯୁଦ୍ଧାଭ୍ୟାସରେ ଚୀନ ୭୧ଟି ଫାଇଟର ଜେଟ୍ ସାହାଯ୍ୟରେ ତାଇୱାନକୁ ଘେରିବାକୁ ଚେଷ୍ଟା କରିଛି । ଏହି ଅପରେସନର ନା ରଖାଯାଇଛି ଜଏଣ୍ଟ ସ୍ୱାର୍ଡ । ଯାହା ସୋମବାର ପର୍ଯ୍ୟନ୍ତ ଚାଲିବ ।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଚୀନ ଏୟାରଫୋର୍ସର ଅନେକ ବିମାନ ସକାଳୁ ତାଇୱାନର ନିକଟରେ ଉଡ଼ାଣ କରୁଛି । ବେଜିଂର ମିଶାଇଲ୍ ଫୋର୍ସ ଉପରେ ତାଇୱାନ ନଜର ରଖିଥିବା ବେଳେ ଚୀନର ଯୁଦ୍ଧାଭ୍ୟାସ ଦେଖି ଶାନ୍ତ ରହିବାକୁ କହିଛି ଆମେରିକା ।

ଚୀନର ସରକାରୀ ମିଡିଆ ଗ୍ଲୋବାଲ୍ ଟାଇମ୍ସ ଅନୁସାରେ, ଯୁଦ୍ଧାଭ୍ୟାସର ପ୍ରଥମ ଦିନରେ ପିପୁଲ୍ସ ଲିବରେସନ ଆର୍ମି ସମୁଦ୍ର, ଆକାଶରୁ ତଥ୍ୟକୁ ନିୟନ୍ତ୍ରଣରେ ରଖିବା ଅଭ୍ୟାସ କରିଥିଲା । ଦ୍ୱିତୀୟ ଦିନ ସ୍ଥଳଭାଗରେ ଆକ୍ରମଣ ଅଭ୍ୟାସ କରାଯାଇଛି ।

ଯୁଦ୍ଧାଭ୍ୟାସ ପାଇଁ ଚୀନ ପିଏଚ୍ଏଲ୍-୧୯୧ ମଲ୍ଟିପଲ୍ ଲଞ୍ଚ ରକେଟ୍, ୦୫୨ସି ଡେଷ୍ଟ୍ରୋୟର ଯାହାକି ମିସାଇଲକୁ ଧ୍ୱଂସ କରିଦିଏ, ୦୫୪ଏ ଫ୍ରିଗେଟ୍ ନୌସେନା ମିସାଇଲ୍, ଟାଇପ୍ ୨୨ ମିସାଇଲ୍ ବୋଟ୍, ଏଚ୍ ୬କେ ବମ୍ବର ଆଦି ମୁତୟନ କରିଛି ।

ତାଇୱାନ ରାଷ୍ଟ୍ରପତି ସାଈ ଇଙ୍ଗ ଏପ୍ରିଲ୍ ୫ରେ କାଲିଫର୍ଣ୍ଣିଆରେ ସ୍ପିକର ମୈକାର୍ଥିଙ୍କୁ ଭେଟିଥିଲେ । ଯାହାକୁ ନେଇ ଚୀନ ରାଗି ଯାଇଥିଲା । ଯୁଦ୍ଧପୋତ ଓ ଯୁଦ୍ଧ ବିମାନ ସାହାଯ୍ୟରେ ତାଇୱାନକୁ ଘେରିବା ସହ ଆମେରିକାରେ ତାଇୱାନ ପ୍ରତନିଧିଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା ଚୀନ ।

Leave A Reply

Your email address will not be published.