ସାଧାରଣତଃ ଯେତେବେଳେ ଏକ କମ୍ପାନୀର ଆୟ ଭଲ ରୁହେ ସେତେବେଳେ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଭଲ ବୋନସ ମିଳିଥାଏ । ଅନେକ କ୍ଷେତ୍ରରେ ବୋନସର ପରିମାଣ କିଛି ହଜାର କିମ୍ବା ଲକ୍ଷ ଭିତରେ ସୀମିତ ଥାଏ । କେତେକ କ୍ଷେତ୍ରରେ କମ୍ପାନୀର ପରିଚାଳକ ଘର କିମ୍ବା ଗାଡ଼ି ଆକାରରେ ବୋନସ ଦେଇଥାନ୍ତି । ହେଲେ ଚୀନର ଏକ ଘରୋଇ କମ୍ପାନୀ ନିଜ କର୍ମଚାରୀଙ୍କୁ ଏକାଥରକେ ଜଣକୁ ପ୍ରାୟ ୨ କୋଟିରୁ ଅଧିକ ବୋନସ ପ୍ରଦାନ କରିଛନ୍ତି । ମୋଟ ୭୦ କୋଟିର ବୋନସ ରାଶିକୁ ୪୦ ଜଣ କର୍ମଚାରୀଙ୍କ ଭିତରେ ବାଣ୍ଟି ଦେଇଛନ୍ତି ।
ଦେଖାଯାଏ ବୋନସ ଦେବା ସମୟରେ ବିଭିନ୍ନ କମ୍ପାନୀ ବୋନସ ରାଶିକୁ ସିଧାସଳଖ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା କିମ୍ବା ଚେକ୍ ଆକାରରେ ଦେଇଥାନ୍ତି । ହେଲେ କ୍ରେନ ତିଆର କରୁଥିବା ଚାଇନିଜ୍ କମ୍ପାନୀ ହେନାନ୍ ମାଇନ୍ର ମାଲିକ ନଗଦ ରାଶି ହିସାବରେ ନିଜ କର୍ମଚାରୀଙ୍କୁ ବୋନସ ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ଏହି ଚାଇନିଜ୍ କମ୍ପାନୀ ନିଜ ଆଶାଠାରୁ ଅଧିକ ଆୟ କରିଥିଲା । ତେଣୁ ସେ ଚିନ୍ତା କଲେ ନିଜ କର୍ମଚାରୀଙ୍କୁ ବୋନସ ବାଣ୍ଟିବେ । ସେଥିଲାଗି କମ୍ପାନୀ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଖାଗଲା । ପ୍ରତ୍ୟେକ କର୍ମଚାରୀ ନିଜ ପରିବାର ସହ ଉପସ୍ଥିତ ରହିବାକୁ କୁହାଗଲା । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ନଗଦ ଆକାରରେ ଥିବା ୭୦ କୋଟି ଟଙ୍କା ମଞ୍ଚ ଉପରେ ଗଦା କରାଗଲା । ପରେ ୩ କର୍ମଚାରଙ୍କୁ ମଞ୍ଚ ଉପରକୁ ଡ଼କାଯାଇ ବେଷ୍ଟ କର୍ମଚାରୀ ଭାବେ ୧୮ କୋଟି ଲେଖାଏଁ ପ୍ରଦାନ କରାଗଲା । ପରେ ଜଣ ଜଣ କରି ଅନ୍ୟ କର୍ମଚାରୀଙ୍କ ନାମ ଡ଼କାଗଲା ଓ ବୋନସ ରାଶି ପ୍ରଦାନ କରାଗଲା । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଅବସରରେ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ପରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ୧୪ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ୨୦୦୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ହେନାନ୍ ମାଇନ୍ କମ୍ପାନୀ କରୋନା ମହାମାରୀ ପରେ ମଧ୍ୟ ୨୩ ପ୍ରତିଶତରୁ ଅଧିକ ଲାଭ କରିଛି । ଏହି କମ୍ପାନୀରେ ୫୦୦୦ କର୍ମଚାରୀ କାମ କରୁଛନ୍ତି ।
BREAKING NEWS
- ଫେବୃଆରୀ ୨ ଯାଏଁ ରାଜ୍ୟରେ କୁହୁଡ଼ି ସମ୍ଭାବନା, ୪ ଯାଏଁ ଅଧିକାଂଶ ସ୍ଥାନରେ ବଢିବ ରାତି ତାପମାତ୍ରା
- ସରକାରଙ୍କ ବଡ଼ ଘୋଷଣା: ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ…
- ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲ୍ଲା ପ୍ରଶାସନ
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
- Odisha Budget 2026-27: ଏହି ଦିନରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ, ୨୦ରେ ବଜେଟ୍ ଉପସ୍ଥାପନ
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
Comments are closed.