Latest Odisha News

BREAKING NEWS

ମନ୍ଦିର ନ ଥିବା ଗାଁ; ମନ୍ଦିର ତିଆରି କଲେ ହୁଏ ଆକସ୍ମିକ ମୃତ୍ୟୁ

ବିହାର: ସିୱାନ୍ ଜିଲ୍ଲା ଅନ୍ତର୍ଗତ ସୁରଭୀର ଗ୍ରାମରେ ରହିଛି ଏକ ରହସ୍ୟମୟ କଥା । ଏହା ହେଉଛି ଏମିତି ଏକ ଗାଁ, ଯେଉଁଠାରେ ଗୋଟିଏ ବି ମନ୍ଦିର ନାହିଁ। ଏଠାରେ ଥିବା ଦେବାଦେବୀମାନେ ଖୋଲା ଆକାଶ ତଳେ ଅଛନ୍ତି। ଗାଁରେ ଯେଉଁମାନେ ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କରିନ୍ତି ସେମାନଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହୋଇଥାଏ ।

ଏହି କାରଣରୁ ସ୍ଥାନୀୟ ଲୋକମାନେ ଗାଁରେ କୈାଣସି ସ୍ଥାନରେ ମନ୍ଦିର ନିର୍ମାଣ କରିବାକୁ ସାହସ କରନ୍ତି ନାହିଁ। ଯେତେବେଳେ ଗାଁର ଜଣେ ବ୍ୟକ୍ତି ମନ୍ଦିର ନିର୍ମାଣ କରିବାକୁ ଯାଇଥିଲେ, ସେତେବେଳେ ତାଙ୍କର ରହସ୍ୟମୟ ଭାବରେ ମୃତ୍ୟୁ ଘଟିଥିଲା ।

୭୦ବର୍ଷିୟ ରାମ କ୍ରିପାଲ ପାଣ୍ଡେ କହିଛନ୍ତି, ଶତାବ୍ଦୀ ଶତାବ୍ଦୀ ଧରି ଗାଁରେ କୌଣସି ମନ୍ଦିର ନାହିଁ । ଯେଉଁମାନେ ମନ୍ଦିର ନିର୍ମାଣ ବିଷୟରେ କଥାବାର୍ତ୍ତା ହୁଅନ୍ତି, ସେମାନଙ୍କର ସାପ କାମୁଡ଼ାରେ କିମ୍ବା ରହସ୍ୟମୟ ଭାବରେ ମୃତ୍ୟୁ ହୋଇଥାଏ ।

ନାଗ-ନାଗୁଣୀ କାମୁଡ଼ିବାରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଛି

ଏହି ଗ୍ରାମରେ, ଯେଉଁମାନେ ମନ୍ଦିର ନିର୍ମାଣ ବିଷୟରେ କଥାବାର୍ତ୍ତା କରନ୍ତି କିମ୍ବା ଚିନ୍ତା କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ନାଗ-ନାଗୁଣୀ କାମୁଡ଼ାରେ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକମାନେ କୁହନ୍ତି ଯେ ଗାଁ ଏକ ପିପଳି ଗଛରେ ଏକ ଯୁଗଳ ନାଗ-ନାଗୁଣୀ ଅଛନ୍ତି । ପ୍ରତ୍ୟେକ ଦିନ ସାପକୁ ସମସ୍ତେ ଦେଖନ୍ତି । ନାଗ-ନାଗୁଣୀ ଯୋଡି ଶିବଲିଙ୍ଗ ନିକଟରେ ରୁହନ୍ତି । ନାଗ-ନାଗୁଣୀଙ୍କ ଯୋଡି ଦେଖିବା ପରେ ସ୍ଥାନୀୟ ଲୋକମାନେ ନିଜର ରାସ୍ତା ବଦଳାନ୍ତି ।

ଗାଁରେ ଦେବତାଙ୍କର ୮ ଟି ସ୍ଥାନ ଅଛି।  ସମସ୍ତେ ଖୋଲା ଆକାଶ ତଳେ ପୂଜା ପାଉଛନ୍ତି । ଅଧିକାଂଶ ଲୋକ ଘରେ ପୂଜା କରନ୍ତି । ଗ୍ରାମବାସୀ କୁହନ୍ତି ଯେ, ସାପ କାମୁଡ଼ିବା ଏବଂ ରହସ୍ୟମୟ ମୃତ୍ୟୁ ହେତୁ ଏପରି ଅନେକ ପରିବାର ଅଛନ୍ତି ଯେଉଁମାନେ ଘରେ ଫଟୋ କିମ୍ବା କ୍ୟାଲେଣ୍ଡର ଲଗାଇ ଦେବତାଙ୍କୁ ପୂଜା କରନ୍ତି। ଏପରିକି  ଖୋଲା ଆକାଶ ତଳେ ବସିଥିବା ଦେବଦେବୀଙ୍କୁ ପୂଜା କରିବାକୁ ଗଲାବେଳେ ମଧ୍ୟ  ଲୋକଙ୍କ ମନରେ ଭୟ ରହିଥାଏ  କାଳେ କେତେବେଳେ ଅଘଟଣ ଘଟିଯିବ !

Leave A Reply

Your email address will not be published.