Latest Odisha News

BREAKING NEWS

ଭାରତର କରୋନା ଟୀକା କମ୍ପାନୀମାନଙ୍କ ଉପରେ ଚୀନର ସାଇବର ଆଟାକ

ନୂଆଦିଲ୍ଲୀ: କରୋନା ଟୀକା ପ୍ରସ୍ତୁତରେ ଭାରତଠାରୁ ପଛେଇବା ପରେ ଚୀନ ତାର ଚିରାଚରିତ ଷଡଯନ୍ତ୍ର ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ଭାରତର ବଡ ବଡ କମ୍ପାନୀ ଉପରେ ଚୀନ ସାଇବର ଆଟାକ ପାଇଁ ଉଦ୍ୟମ କରୁଛି । ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଟୀକା ପ୍ରସ୍ତୁତକାରୀ କମ୍ପାନୀର ଡାଟା ଚୋରି ଏବଂ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲା । ସାଇଫାର୍ମା ନାମକ ଏକ ଗୋଇନ୍ଦା ସଂସ୍ଥାରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ଚୀନ ସରକାର ହ୍ୟାକର ଗ୍ରୁପ ଏପିଟି୧୦ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା । ଏହି ଗ୍ରୁପ ଷ୍ଟୋନ ପାଣ୍ଡା ବୋଲି ମଧ୍ୟ ଜଣାପଡିଛି । ଭାରତର ଟୀକା ଗବେଷଣାକୁ ବିଫଳ କରିବା ଚୀନର ମୂଳ ଲକ୍ଷ୍ୟ ରହିଛି । ବିଶ୍ୱ ସମୁଦାୟରେ ଚୀନକୁ ପଛରେ ପକାଇ ଭାରତ ବାହାବା ଲୁଟୁଥିବା ବେଳେ ଚୀନର ଏହି ଉଦ୍ୟମ ନେଇ ଭାରତ ପକ୍ଷରୁ ସତର୍କତା ପଦକ୍ଷେପ ଆରମ୍ଭ କରିଦିଆଯାଇଛି । ସେରମ ଇନଷ୍ଟିଚ୍ୟୁଟ ସେମାନଙ୍କ ମୂଖ୍ୟ ଟାର୍ଗେଟ ରହିଛି ।

Leave A Reply

Your email address will not be published.