Latest Odisha News

BREAKING NEWS

ଚାଇନା ପାରା ବ୍ୟାଡ଼ମିଣ୍ଟନ: ଉଭୟ ଡ଼ବଲ୍ସ ଓ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଭଗତ

ବେଜିଂ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଚାଇନା ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଉଭୟ ସିଙ୍ଗଲ୍ସ ଏବଂ ଡ଼ବଲ୍ସ ବିଭାଗରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ଓଡ଼ିଆ ଖେଳାଳି ପ୍ରମୋଦ ଫାଇନାଲରେ ଇଂଲଣ୍ଡ ଖେଳାଳି ଡ଼ାନିଏଲ ବେଥେଲଙ୍କୁ ଭେଟୁଥିବା ବେଳେ ଡ଼ବଲ୍ସ ଫାଇନାଲରେ ସେ ଭାରତୀୟ ଯୋଡ଼ି ବିକ୍ରମ ଏବଂ ସୁହାସଙ୍କୁ ଭେଟିବେ । ଆଜି ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଜାପାନ ଖେଳାଳି ଦାଇସୁକ ଫୁୁଜିହାରାଙ୍କୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରମୋଦ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ମନୋଜ ସରକାରଙ୍କୁ ନେଇ ଡ଼ବଲ୍ସ ବିଭାଗରେ ମ୍ୟାଚ ଖେଳୁଛନ୍ତି ।

ଚାଇନା ଓପନର ଉଭୟ ବିଭାଗରେ ଫାଇନାଲକୁ ଉନ୍ନୀତ ହୋଇଥିବା ପ୍ରମୋଦ ଦୁଇଟି ଟାଇଟଲ୍ ହାସଲ କରି ରେକର୍ଡ଼ କରିବା ଯୋଜନାରେ ଅଛନ୍ତି । ନିକଟରେ ସେ ବିଶ୍ୱ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପରେ ଟାଇଟଲ୍ ହାସଲ କରିଥିଲେ । ଅର୍ଜୁନ ପୁରସ୍କାର ସମ୍ମାନରେ ସମ୍ମାନୀତ ହୋଇଥିବା ପ୍ରମୋଦ ଭଗତ ଅନେକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଜିତି ଭାରତ ତଥା ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ।

Leave A Reply

Your email address will not be published.