Latest Odisha News

BREAKING NEWS

ଭାରତ ଚାପରେ ୨.୫କିଲୋମିଟର ପଛକୁ ଘୁଂଚିଲା ଚୀନ ସେନା

ନୂଆଦିଲ୍ଲୀ:  ଭାରତ ଏବଂ ଅନ୍ତରାଷ୍ଟ୍ରୀୟ ସମୂହ ଚାପରେ ଚୀନ ପୂର୍ବ ଲଦ୍ଦାଖ ସୀମାର ୩ଟି ସ୍ଥାନରୁ ୨.୫ କିଲୋମିଟର ପଛକୁ ଘୁଂଚିବାକୁ ବାଧ୍ୟ ହୋଇଛି । ଏହି ସ୍ଥାନ ଗୁଡିକ ହେଲା ଗଲାବାନ ଭ୍ୟାଲୀ, ପେଟ୍ରୋଲିଂ ପଂଏଟ-୧୫ ଓ ହଟ ସ୍ପ୍ରିଙ୍ଗ । ଦୀର୍ଘ ଦିନ ପରେ ଏଲଏସିରୁ ସନ୍ତୋଷଜନକ ଖବର ମିଳିଛି । ଏହାର ଜବାବରେ ଭାରତ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି କେତେକ ସୈନିକ ପ୍ଲାଟୁନ ଓ ଗାଡି ଫେରାଇ ଆଣିଛି ।

କମାଣ୍ଡରସ୍ତରୀୟ ଆଲୋଚନା ପରେ ଉତେଜନା କମିଥିଲା । ମାତ୍ର ସୋମବାର ଭାରତୀୟ ସୀମା ପାଖରେ ଚୀନ ହେଲିକପ୍ଟର ଉଡିବା ଫଳରେ ଉତେଜନା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା । ଆସନ୍ତା ସପ୍ତାହରେ ଉଭୟ ଦେଶର ସେନାସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ।

Leave A Reply

Your email address will not be published.