Latest Odisha News

BREAKING NEWS

ପରୀକ୍ଷା ବାତିଲ ଦାବିରେ ବିଜେବି କଲେଜ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର: ଧାରଣାକୁ ଓହ୍ଲାଇଲେ ବିଜେବି କଲେଜ ଛାତ୍ରଛାତ୍ରୀ। ପରୀକ୍ଷା ବାତିଲ ଦାବି କରିଛନ୍ତି ଛାତ୍ରଛାତ୍ରୀ। ସରକାର ନିଜେ ଏହି ଦୁଇ ମାସ ଗୁରୁତ୍ୱପୂର୍ଣ୍ଣ କହୁଥିବାବେଳେ ଜୁଲାଇ ଦ୍ୱିତୀୟ ସପ୍ତାହରେ କିଭଳି ପରୀକ୍ଷା କରିବେ ସେ ନେଇ ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସମସ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ ୭ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ର ଆନ୍ଦୋଳନ ଜୋର ଧରିଛି । ସେଥିପାଇଁ ଉଚ୍ଚଶିକ୍ଷା ବିଭାଗ ପରୀକ୍ଷା ବାତିଲ କରିବାକୁ ଦାବି ହୋଇଛି।

ସାରା ଦେଶ ସହ ରାଜ୍ୟରେ କରୋନା କାୟା ବିସ୍ତାର କରୁଥିବା ବେଳେ ଏକାଠି ହୋଇ ପରୀକ୍ଷା ଦେବା ଓ ଗୋଟିଏ ହଷ୍ଟେଲରେ ରହିବା, ଏକାଠି ଖାଇବା ଓ ଅନ୍ୟାନ୍ୟ କାମ ଭିତରେ ସଂକ୍ରମଣର ସମ୍ଭାବନା ଅଧିକ ରହୁଛି। ଏଣୁ ଏହାର ବିକଳ୍ପ ବ୍ୟବସ୍ଥା ରାଜ୍ୟ ସରକାର ଚିନ୍ତା କରନ୍ତୁ ଏବଂ ପରୀକ୍ଷା ବାତିଲ ହେଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି ।

Leave A Reply

Your email address will not be published.