ମୁମ୍ବାଇ: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ଛାତି ଥରା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ବିଶ୍ୱର ବହୁ ବଡ଼ ବଡ଼ ନେତା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ କାମନା କରିଛନ୍ତି । ସେହିପରି ବଲିଉଡ଼ର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସାଉଥ୍ ସୁପରଷ୍ଟାର ଚିରଞ୍ଜିବୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ମୋର ସମସ୍ତ ଫ୍ୟାନ୍ସମାନଙ୍କୁ ଏତିକି ଅନୁରୋଧ , ଦୁର୍ଘଟଣାସ୍ଥଳ ପାଖାପାଖି ଅଞ୍ଚଳରେ ରହୁଥିଲେ ଆହତଙ୍କୁ ନିଶ୍ଚୟ ରକ୍ତଦାନ କରନ୍ତୁ ।
ଏହି ଟ୍ରେନ୍ ଦୁର୍ଘଟଣାକୁ ନେଇ ବଲିଉଡ୍ ଅଭିନେତା ସଲ୍ମାନ୍ ଖାନ୍, ଅକ୍ଷୟ କୁମାର,ସନ୍ନି ଦେଓଲ, ଅଭିନେତ୍ରୀ କିରନ୍ ଖେର ଓ ପରିଣୀତି ଚୋପ୍ରାଙ୍କ ଭଳି ବଡ଼ବଡ଼ କଳାକାରମାନେ ଶୋକପ୍ରକାଶ କରିଛନ୍ତି । ଆଉ ଟୁଇଟ୍ କରି କହିଛନ୍ତି, ଦୁର୍ଘଟଣାର ଭିଜୁଆଲ ଦେଖିବା ଖୁବ୍ ହୃଦୟ ବିଦାରକ । ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।
Comments are closed.