Latest Odisha News

BREAKING NEWS

ଭୁବନେଶ୍ୱରରୁ ଗିରଫ ହେଲେ ଚିଟଫଣ୍ଡ ସଂସ୍ଥା ମୁଖ୍ୟ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଚିଟଫଣ୍ଡ ସଂସ୍ଥା ଶାସ୍ତ୍ରୀ ଏଣ୍ଟରପ୍ରାଇଜେସର ଡାଇରେକ୍ଟର ମଲିକାର୍ଜୁନ ରାଜୁଙ୍କୁ ଶୁକ୍ରବାର ଦିନ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା( ଇଓଡବ୍ଲୁ) ଗିରଫ କରିଛି ।

ମଲିକାର୍ଜୁନଙ୍କୁ ଗିରଫ କରିବା ପୂର୍ବରୁ ‘ଇଓଡବ୍ଲୁ’ ଏହି ସଂସ୍ଥାର ୪ ଜଣଙ୍କୁ ଗିରଫ କରି ସାରଛି ।

‘ଇଓଡବ୍ଲୁ’ ଦେଇଥିବା ସୁଚନା ଅନୁସାରେ, ଏହି ଚିଟଫଣ୍ଡ ସଂସ୍ଥା ଓଡିଶା ଲୋକଙ୍କୁ ଆକର୍ଷଣୀୟ ଭାବେ ଟଙ୍କା ଫେରସ୍ତ ପାଇବାର ଆଶ୍ୱାସନା ଦେଇ ପାଖାପାଖି ୨୮ କୋଟି ଟଙ୍କା ଟଙ୍କା ହଡପ କରିଥିଲା ।

ଓଡିଶା ଛଡା ଏହି ସଂସ୍ଥା ଆନ୍ଧ୍ରପ୍ରଦେଶରେ ମଧ୍ୟ ତାର ଅନେକ ଶାଖା ଖୋଲିଥିଲା ।

Leave A Reply

Your email address will not be published.