Latest Odisha News

BREAKING NEWS

ଠିକାକର୍ମଚାରୀଙ୍କ ବେତନର ଦାୟିତ୍ୱ ‘ବିଏସଏନଏଲ’ ଓ ‘ଏମଟିଏନଏଲ’ର ନୁହେଁ : ଟେଲିକମ ମନ୍ତ୍ରୀ

ଭୁବନେଶ୍ୱର: ବିଏସଏନଏଲ ଓ ଏମଟିଏନଏଲରେ କାମ କରୁଥିବା ଠିକା କର୍ମଚାରୀଙ୍କ ଚିନ୍ତା ସେମାନଙ୍କୁ ନିଜକୁ କରିବାକୁ ପଡିବ ବୋଲି ଗୁରୁବାର ଦିନ ସଂସଦରେ ଆଇଟି ଓ ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହି ଦୁଇ କମ୍ପାନୀ ରେ ଯେଉଁ କର୍ମଚାରୀ ଠିକାରେ କାମ କରୁଛନ୍ତି, ସେମାନଙ୍କ ବେତନ ଓ ଅନ୍ୟ ଭତ୍ତାର ଦାୟିତ୍ୱ ସମୃକ୍ତ ଠିକାଦାରଙ୍କର ଅଟେ । ଏହି ଦୁଇ କମ୍ପାନୀ (ବିଏସଏନଏଲ ଓ ଏମଟିଏନଏଲ)ଙ୍କର ନୁହେଁ।

ଶ୍ରୀ ପ୍ରସାଦ ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ଼ (ବିଏସଏନଏଲ) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ଼ (ଏମଟିଏନଏଲ )ରେ ସ୍ବେଚ୍ଛାକୃତ ଅବସର ଯୋଜନା (ଭିଆରଏସ) କୁ ନେଇ ପଚାର ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ।

“ଠିକା କର୍ମଚାରୀ ସେହି ଠିକାଦାରଙ୍କ ଲୋକ, ଯାହାଙ୍କୁ ବିଏସଏନଏଲ ଓ ଏମଟିଏନଏଲ ନିଜର ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦିତ ପାଇଁ କାର୍ଯ୍ୟାଦେଶ ଦେଇଛି । ସେହି ଠିକାଦାରଙ୍କ ନବୀକରଣ କମ୍ପାନୀଙ୍କ ଉପରେ ନିର୍ଭରକରେ ଯାହା ନବୀକରଣ ହୋଇପାରେ ନହୋଇପାରେ । ଏହା ଆମକୁ କୌଣସି ଅସୁବିଧା ନାହିଁ । ଠିକା କର୍ମଚାରୀଙ୍କ ବେତନର କଥା, ଏହା ସମ୍ପୂର୍ଣ୍ଣ ତାଙ୍କ ଠିକାଦାରଙ୍କ ଦାୟିତ୍ୱ” ବୋଲି ଟେଲିକମ ମନ୍ତ୍ରୀ କହିଛନ୍ତି ।

ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ, ବିଏସଏନଏଲ ଓ ଏମଟିଏନଏଲ ର ‘ଭିଆରଏସ’ ସବୁଠାରୁ ଭଲ । ଏହି କାରଣରୁ ‘ବିଏସଏନଏଲ’ ର ୬୯,୦୦୦ କର୍ମୀ ଏଥିପାଇଁ ଆବେଦନ କରିଛନ୍ତି ଓ ‘ଏମଟିଏନଏଲ’ର ୨୦,୦୦୦ ରୁ ୧୪,୦୦୦ କର୍ମଚାରୀମାନେ ଏପର୍ଯ୍ୟନ୍ତ ଭିଆରଏସ ଆବେଦନ ଦାଖଲ କରିଛନ୍ତି ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ବିଏସଏନଏଲ ଓ ଏମଟିଏନଏଲ ଦେଶର ସମ୍ପତ୍ତି । ଏଥିପାଇଁ ସରକାର ଏହାର ପୁନଃଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.