Latest Odisha News

କାଶୀପୁରରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି

ବଢିଲା ୩୯୭ ଟି ଗ୍ରାମରେ ସର୍ଭେଲେନ୍ସ

ରାୟଗଡା:  କାଶୀପୁର ବ୍ଲକରେ ଗତ 26 ଦିନ ଧରି ଆତଙ୍କ ଖେଳାଇ ଚାଲିଛି ହଇଜା ।  ମୁଣ୍ଡବ୍ୟଥା ପାଲଟିଛି ଜଳ ଯୋଗାଣ । ଗତ ଦୁଇଦିନ ତଳେ କାଶୀପୁର ବ୍ଲୋକ୍କର ବିଭିନ୍ନ ଗାଁରେ ଯୋଗାଇ ଦିଆଯାଉଥିବା ଟେଙ୍କର ପାଣିରେ ଇ- କୋଲାଇ ଜୀବାଣୁ ଚିହ୍ନଟ ହେବା ପରେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ । ଫଳରେ ତୁରନ୍ତ ସମ୍ପୃକ୍ତ ଟେଙ୍କର ହଟାଯିବା ସହିତ ପରୀକ୍ଷା କରାଯାଇ ନୂତନ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଛି ।

ଆକ୍ରାନ୍ତଙ୍କ ସଂଖ୍ୟା 50 ତଳକୁ ଖସିଥିବା ବେଳେ ବିଭିନ୍ନ ହସପିଟାଲରେ 50 ଜଣ ଚିକିତ୍ସା ହେଉଛନ୍ତି ।  ସେପଟେ କଲ୍ୟାଣସିଙ୍ଗପୁର ବ୍ଲକରେ 9 ଜଣ ହଇଜା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ଠାରେ ଭିବ୍ରିଓ କଲେରା ଜୀବାଣୁ ଚିହ୍ନଟ ହୋଇଛି । ସେପଟେ ଆଜିସୁଦ୍ଧା ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୩ ରେ ପହଞ୍ଚିଥିବା ବେଳେ ସରକାରୀ ଭାବେ 10 ରେ ରହିଛି ଏବଂ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ 159 ଜଣ ହଇଜା ଆକ୍ରାନ୍ତ ବିଭିହ୍ନ ଡାକ୍ତରଖାନାରେ ଇତି ମଧ୍ୟରେ ଚିକିଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 109 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ 200 ରୁ ଉର୍ଦ୍ଧ ହଇଜା ଆକ୍ରାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛଡ଼ାଯାଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଆଜିକୁ ମିଶାଇଲେ ଆକ୍ରାନ୍ତଙ୍କ ସଂଖ୍ୟା ୩୮୦ କୁ ବୃଦ୍ଧି ପାଇଛି । ତେବେ  ଅନେକ ଲୋକ ବିଭିନ୍ନଗ୍ରାମରେ ଆକ୍ରାନ୍ତ ହୋଇ ରହିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ୩୬୯ ଗାଁର ଜଳ ଉତ୍ସ କୁ ବିଶୋଧନ କରାଯାଇଛି । ଏଥି ସହ ବ୍ଲକର ୩୯୭ ଟି ଗ୍ରାମ ସର୍ଭେଲେନ୍ସ ରେ ରହିଥିବା ସ୍ୱାସ୍ଥ୍ୟବିଭାଗ ସୂଚନା ଦେଇଛି ।

Comments are closed.