Latest Odisha News

BREAKING NEWS

ଇସ୍କନ ମନ୍ଦିରରେ ଭଗବାନ ଜଗନ୍ନାଥଙ୍କୁ ଅର୍ପଣ କରାଗଲା ୫୦କିଗ୍ରାର କେକ୍

ମାୟାପୁର: ପଶ୍ଚିମବଙ୍ଗ ସ୍ଥିତ ମାୟାପୁର ଇସ୍କନ ମନ୍ଦିରରେ ଭଗବାନ ଜଗନ୍ନାଥଙ୍କୁ ୫୦ କିଲୋଗ୍ରାମ ଓଜନର କେକ୍ ଅର୍ପଣ କରାଯାଇଛି । ଏହି କେକ୍ ୬.୫ ଫୁଟ ଲମ୍ବା ରହିଥିଲା । ଚକୋଲେଟ, ଭାନିଲା ସମେତ ଅନେକ ପ୍ରକାର କ୍ରୀମର ଏହାକୁ ପ୍ରସ୍ତୁତ କରାଯାଇଥିଲା । ଜଗନ୍ନାଥଙ୍କ ତୁଳସୀ ଅତି ପ୍ରିୟ ହୋଇଥିବାରୁ କେକରେ ଏହାକୁ ପକା ଯାଇଥିଲା । ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ନିକଟରେ ମଧ୍ୟ ଏହି କେକ ଭୋଗ ଲଗାଯାଇଥିଲା ।

ମୋଗନିନ୍ସର ପ୍ରସନ୍ନଜିତ ଶାହା ଓ ୪ଜଣ କେକ ପ୍ରସ୍ତୁତକାରୀ ଏହାକୁ ପ୍ରସ୍ତୁତ କରିଥିଲେ । ଭଗବାନ ଜଗନ୍ନାଥଙ୍କୁ ଏହା ଭୋଗ ଲଗାଯିବାକୁ ଥିବାରୁ ଆମେ ସମ୍ପୂର୍ଣ୍ଣ ନିଷ୍ଠାର ସହ ଏହାକୁ ପ୍ରସ୍ତୁତ କରିଥିଲୁ ବୋଲି ଶାହା କହିଛନ୍ତି ।

Leave A Reply

Your email address will not be published.