ଭୁବନେଶ୍ବର: ଶୁକ୍ରବାର ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । ଏହା ପରେ ଯୁକ୍ତ ୨ ପରୀକ୍ଷାଫଳ ନେଇ ଚାତକ ଭଳି ଚାହିଁ ରହିଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ଗୁଜବ ଉଠୁଥିଲା, ଯେ କି ଆସନ୍ତା ୬ ତାରିଖରେ ଯୁକ୍ତ ୨ ପରୀକ୍ଷା ଫଳ ବାହାରିବ । ଯାହାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ଥିବା ବେଳେ ଏହାକୁ ନେଇ ଆଜି ସ୍ପଷ୍ଟିକରଣ ରଖିଛି ସିଏଚଏସଇ ।
ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମେ’ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ମେ’ ୧ ସୁଦ୍ଧା ଖାତା ଦେଖା ଶେଷ ହୋଇଯାଇଛି । ଖାତା ଦେଖା ସରିଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ କେବେ ରେଜଲ୍ଟ ବାହାରିବ ଶୀଘ୍ର ଜଣାଇ ଦିଆଯିବ । ତେବେ ଆସନ୍ତା ୬ରେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବା ନେଇ ଖବର ପ୍ରଚାରିତ ହେବା ସମ୍ପୂର୍ଣ୍ଣ ଗୁଜବ । ଖୁବଶୀଘ୍ର ତାରିଖ ଏନେଇ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ।
ତେବେ କହିରଖୁଛୁ, ଆସନ୍ତା ୬ ତାରିଖ ୧୦ଟା ବେଳେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବା ନେଇ ଏକ ନୋଟିସ୍ ସାମ୍ନାକୁ ଆସିଥିଲା । ଏହାକୁ ନେଇ ପରୀକ୍ଷାର୍ଥୀ ଦ୍ୱନ୍ଦରେ ରହିଥିବା ବେଳେ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହା ସ୍ପଷ୍ଟ କରିଛି ।
ତେବେ ଚଳିତ ବର୍ଷ ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ରେ ସରିଥିଲା ଯୁକ୍ତ ୨ ପରୀକ୍ଷା ।୧୨୭୬ଟି ସେଣ୍ଟରରେ ମୋଟ ୩,୯୩,୬୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସୂଚନା ଦେଇଥିଲା ସିଏଚଏସଇ । ଗତ ମାର୍ଚ୍ଚ ୨୭ରେ ପରୀକ୍ଷା ସରିବା ପରେ ଏପ୍ରିଲ ୨ରୁ ୧୨୭୬ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯାଇଥିଲା । ଯାହା ଗତ ୧ ତାରିଖ ସୁଦ୍ଧା ଶେଷ ହୋଇଥିଲା ।
Comments are closed.