Latest Odisha News

BREAKING NEWS

ସହକର୍ମୀଙ୍କ ଝିଅକୁ ଦୁଷ୍କର୍ମ କରି ଗିରଫ ହେଲେ ସିଆଇଏସଏଫ୍ କନଷ୍ଟେବଳ

ପାରାଦୀପ: ପାରାଦୀପ ଆଇ.ଓ.ସି.ଏଲ ର ସି.ଆଇ.ଏସ.ଏଫ ଟାଉନସିପ୍ ଭିତରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ପୋଲିସ ବାବୁ ହୋଇ ମଧ୍ୟ ସେ ନିଜର ଅନ୍ୟଜଣେ ସହକର୍ମୀଙ୍କ ନାବାଳିକା ଝିଅକୁ ଚକୋଲେଟ୍ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତ ସି.ଆଇ.ଏସ.ଏଫ ଯବାନ ହେଲେ ହେଡ କନେଷ୍ଟବଳ ଏମ୍.କାଣ୍ଡା ସ୍ଵାମୀ ଏବଂ ତାଙ୍କ ଘର ତାମିଲନାଡୁ ଅଞ୍ଚଳରେ ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନାନୁଯାୟୀ ଆଇଓସିଏଲର ସିଆଇଏସଏଫ ବାରାକରେ ରହୁଥିବା ଅନ୍ୟ ଜଣେ ସିଆଇଏସଏଫ କନେଷ୍ଟବଳଙ୍କ ସାଡେ ଚାରିବର୍ଷର ଝିଅ କୁ ଚକୋଲେଟ୍ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଦିର୍ଘ ଦିନ ହେଲା ଅଭିଯୁକ୍ତ ପୀଡିତା ନାବାଳିକାକୁ ଚକୋଲେଟ୍ ଦେଇ ଘରକୁ ଡାକୁଥିଲା । ପରେ ପୀଡିତା ମାଙ୍କୁ ସନ୍ଦେହ ହେବାରୁ ସେ ଝିଅକୁ ପଚାରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା ।

ଘଟଣା ସଂପର୍କରେ ଶୁକ୍ରବାର ରାତିରେ ପରିବାର ଲୋକେ ଜାଣିବା ପରେ ସଙ୍ଗେ ସଙ୍ଗେ ପୋଲିସରେ ଅଭିଯୋଗ କରିଥିଲେ ପରିବାର। ଅଭିଯୋଗ ପାଇବାମାତ୍ରେ ଅଭୟଚାଦପୁର ଥାନା ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପଠାଇବା ସହିତ ଅଭିଯୁକ୍ତଙ୍କୁ ମେଡିକାଲ ଚେକପ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି।

Comments are closed.