Latest Odisha News

BREAKING NEWS

ବରିଷ୍ଠ ଓକିଲ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା; ସିଆଇଏସଏଫ ଯବାନଙ୍କ ସମେତ ୩ ଅଟକ

ବ୍ରହ୍ମପୁର: ବ୍ରହ୍ମପୁରରେ ବରିଷ୍ଠ ଓକିଲ ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲାର ତଦନ୍ତ କରି ପୋଲିସ ଜଣେ ସିଆଇଏସଏଫ ଯବାନଙ୍କ ସମେତ ତିନି ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ତେବେ ପୋଲିସ ସେମାନଙ୍କୁ ପଚରାଉଚରା କରି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରେ ବୋଲି କୁହାଯାଉଛି। ପୂର୍ବରୁ ବ୍ରହ୍ମପୁର ଏସପି ସାରାଭାନା ବିବେକ ଏମ କହିଥିଲେ ଯେ ଆକ୍ରମଣର ଢାଞ୍ଚା ଦ୍ଵାରା ଏହା କୌଣସି ଭଡାଟିଆ ହତ୍ୟାକାରୀ ବୋଲି ସନ୍ଦେହ କରାଯାଉଛି। ଏହାବ୍ୟତୀତ ଏଥିରେ ବ୍ୟବହୃତ ବନ୍ଧୁକ ଏକ ଦେଶୀ ରିଭଲଭର ବୋଲି ଅନୁମାନ କରାଯାଉଛି।ତେବେ ହତ୍ୟାକାରୀ ଧଳା ସାର୍ଟ ଏବଂ ହେଲମେଟ ପିନ୍ଧି ଦୁଇ ରାଉଣ୍ଡ ଗୁଳି ଚଳାଇ ବାଇକରେ ପଳାଇଥିବାର ସିସିଟିଭି ଫୁଟେଜରେ ଦେଖାଯାଇଛି। ସେମାନେ ଆସ୍କା ରୋଡ୍ ପ୍ରଥମ ଗେଟ୍ ରୁ ବୈକୁଣ୍ଠ ନଗରରେ ତାଙ୍କ ବାସଭବନ ନିକଟରେ ପହଞ୍ଚି ସେହି ରାସ୍ତା ଦେଇ ପଳାଇଥିବା ଅନୁମାନ କରାଯାଉଛି।

ଗତ ଅକ୍ଟୋବର ୬ ରାତିରେ ପୀତବାସ ପଣ୍ଡାଙ୍କ ବାସଭବନ ନିକଟରେ ତାଙ୍କ ଛାତିରେ ଗୁଳି କରାଯାଇଥିଲା। ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଏମକେସିଜି ହସ୍ପିଟାଲକୁ ନେଇଯାଇଥିଲେ କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.