Latest Odisha News

BREAKING NEWS

ନାଗରିକତା ସଂଶୋଧନ ବିଲ୍: ଉତ୍ତରପୂର୍ବ ରାଜ୍ୟରେ ୧୧ ଘଣ୍ଟିଆ ବନ୍ଦ ଡାକରା

ଗୌହାଟୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଗୃହିତ ହୋଇଥିବାବେଳେ ଏହାକୁ ବିରୋଧ କରି ଉତ୍ତରପୂର୍ବ ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ୧୧ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଏହି ବନ୍ଦ ପାଳନ ଅପରାହ୍ନ ୪ଟା ଯାଏଁ ଜାରି ରହିଥିବା ଥିବାବେଳେ ଏହାଫଳରେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିବା ସହ ଆନ୍ଦୋଳନକାରୀମାନେ ପିକେଟିଂ କରୁଥିବା ନେଇ ସୂଚନା ମିଳିଛି ।

ଅଧିକ ପଢନ୍ତୁ: ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାସ୍; ଏବେ ରାଜ୍ୟସଭାକୁ ଅପେକ୍ଷା

କୌଣସି ଅପ୍ରିତିକର ଘଟଣାକୁ ଏଡାଇବାକୁ ଯାଇ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ବନ୍ଦ ଡାକରାରୁ ନାଗାଲାଣ୍ଡ ବାଦ୍ ପଡିଛି ।

ଛାତ୍ର ସଙ୍ଗଠନ ପକ୍ଷରୁ ମଙ୍ଗଳବାର ସକାଳୁ ଉତ୍ତରପୂର୍ବ ରାଜ୍ୟ ଗୁଡିକରେ ଏହି ବନ୍ଦ ଡାକରା ଦିଆଯାଇଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ଏକପ୍ରକାର ଠପ୍ ହୋଇଯାଇଛି ।

ସୂଚନାଯୋଗ୍ୟ, ଅଣମୁସଲିମ୍ ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିଲେ ଉତ୍ତରପୂର୍ବ ରାଜ୍ୟର ଲୋକମାନେ ସେମାନଙ୍କର ଜୀବିକା ହରାଇବେ ବୋଲି ଆଶାଙ୍କା କରାଯାଉଛି । କାରଣ ବର୍ତ୍ତମାନ ସମୟରେ ଏହି ରାଜ୍ୟଗୁଡିକରେ ଅଧିକାଂଶ ଅଣମୁସଲିମ୍ ଶରଣାର୍ଥୀ ରହୁଛନ୍ତି ।

Leave A Reply

Your email address will not be published.