Latest Odisha News

BREAKING NEWS

ପ୍ରଥମ ମହିଳା ଭାବେ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟରିଂ କଲେ କ୍ଲାର୍ ପୋଲସକ୍

ନୂଆଦିଲ୍ଲୀ: କ୍ଲାର୍ ଆଣ୍ଟୋନିଆ ପୋଲସକ, ଯିଏକି ଜଣେ ଅଷ୍ଟେ୍ରଲୀୟ ମହିଳା କ୍ରିକେଟ ଅମ୍ପାୟାର ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି । ମାତ୍ର ଶନିବାର ଦିନ କ୍ଲାର୍ ଏକ ମ୍ୟାଚରେ ଅମ୍ପାୟାରିଂ କରି କ୍ରିକେଟ ଜଗତରେ ଏକ ଇତିହାସ ରଚିଛନ୍ତି କହିଲେ ଅତୁ୍ୟକ୍ତି ହେବନାହିଁ । ସେ ପୁରଷମାନଙ୍କ ମ୍ୟାଚରେ ତଥା ଦୁଇ ଦେଶ ମଧ୍ୟରେ ଅନୁÂିତ ହେଉଥିବା କୌଣସି ଏକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରି ଏକ ରେକଡର଼୍ ସୃଷ୍ଟି କରିଛନ୍ତି ।

ଅନେକ ମହିଳା ବିଭିନ୍ନ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାରିଂ କରୁଥିବା ଦେଖାଯାଇଛି, ମାତ୍ର ଆଇସିସି ସ୍ୱୀକୃତ କୌଣସି ଟି ୨ଦେଶ ମଧ୍ୟରେ ହେଉଥିବା ଅନ୍ତର୍ଜାତୀୟ ମ୍ୟାଚରେ ଆଜି ଯାଏଁ କୌଣସି ମହିଳା ଅମ୍ପାୟାର୍ ଅମ୍ପାୟାରିଂ କରିନଥିଲେ । ଅଷ୍ଟେ୍ରଲୀୟ ମହିଳା କ୍ଲାର୍ ହେଉଛନ୍ତି ପ୍ରଥମ ଅମ୍ପାୟାର୍ ।

ଏହି ଗୌରବର ଅଧିକାରିଣୀ ହେବା ପରେ କ୍ରିକେଟ ଜଗତରେ କ୍ରିଡ଼ାପ୍ରେମୀମାନେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି ସୋସିଆଲ୍ ମିଡ଼ିଆରେ । କ୍ଲାର୍ ଆଣ୍ଟୋନିଆ ପୋଲସକ ଶନିବାର ଦିନ ୨୦୧୯ ଆଇସିସି ୱାର୍ଲଡ଼ କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟରେ ନାମିବିଆ ଓ ଓମାନ ମଧ୍ୟରେ ଅନୁÂିତ ଫାଇନାଲ ମ୍ୟାଚରେ ଅମ୍ପାୟାରିଂ କରିଛନ୍ତି ।

ଅଷ୍ଟେ୍ରଲିଆର ଏହି ୩୧ ବର୍ଷ ବୟସ୍କା ମହିଳା ଅମ୍ପାୟାର୍ କ୍ଲାରଙ୍କ ଜନ୍ମ ନୁ୍ୟ ସାଉଥ ୱେଲ୍ସରେ । କ୍ଲାର୍ ପ୍ରଥମ ମହିଳା ଭାବେ ୨୦୧୮ ଜାନୁଆରୀରେ ଅଷ୍ଟେ୍ରଲିଆରେ ପୁରୁଷ ମାନଙ୍କ ମଧ୍ୟରେ ଅନୁÂିତ ଏକ ଘରୋଇ ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାରିଂ କରି ରେକଡର଼୍ ସୃଷ୍ଟି କରିଥିଲେ ।

Leave A Reply

Your email address will not be published.