Latest Odisha News

BREAKING NEWS

ଅର୍ଜୁନ ଆୱାର୍ଡ ଲାଗି ମହିଳା କ୍ରିକେଟରଙ୍କ ସମତେ ୪ଜଣଙ୍କ ନାମ ସୁପାରିଶ କଲା ବିସିସିଆଇ

ମୁମ୍ବାଇ : ବିସିସିଆଇ ଶନିବାର ଦିନ କ୍ରିକେଟର ମହମ୍ମଦ ସାମି ଓ ଯଶପ୍ରୀତ ବୁମରା, ଅଲ-ରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ମହିଳା ଖେଳାଳି ପୁନମ ଯାଦବଙ୍କ ନାମ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ଦ୍ୱାର ନିଯୁକ୍ତ ପ୍ରଶାସକ କମିଟି ନୂଆଦିଲ୍ଲୀ ଏକ ବୈଠକରେ ବସି ଏ ନେଇ ନିଷ୍ପତ୍ତି ନେଇଛନ୍ତି।

୨୫ ବର୍ଷୀୟ ଦ୍ରୁତ ବୋଲର ବୁମରା ୨୦୧୬ ମସିହାରେ ଭାରତୀୟ କ୍ରିକେଟ୍ ଦଳରେ ଡେବ୍ୟୁ କରିଥିଲେ । ୨୦୧୮ରେ ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ରିକେଟରେ ପଦାର୍ପଣ କରିବା ପରେ ପରେ ୯ଟି ଟେଷ୍ଟ ଖେଳି ୪୮ ୱିକେଟ୍ ନେଇଥିଲେ । ଆଗାମୀ ବିଶ୍ୱକପ୍ ଲାଗି ୧୫ ଜଣିଆ ଦଳରେ ସ୍ଥାନ ପାଇପାରିଛନ୍ତି ।

ସେହିପରି ମହମ୍ମଦ ସାମି ଚଳିତ ବର୍ଷ ଆରମ୍ଭରୁ ଏକଦିବସୀୟ ଖେଳରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ଭଲ ପ୍ରଦର୍ଶନ କରିବା ସହ ବିଶ୍ୱକପର ୧୫ ଜଣିଆ ଭାରତୀୟ ଟିମରେ ସାମିଲ ହୋଇଛନ୍ତି । ସେ ୨୦୧୮ରେ ପାଖାପାଖବ ୬୮ଟି ୱିକେଟ୍ ହାତେଇଥିଲେ ।

ଜାଡେଜା ମଧ୍ୟ ଉଭୟ ବ୍ୟାଟ ଓ ବଲରେ କମାଲ କରି ଭାରତକୁ ଏକାଧିକବାର ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେ ମଧ୍ୟ ୧୫ ଜଣିଆ ଭାରତୀୟ ବିଶ୍ୱକପ୍ ଦଳରେ ସ୍ଥାନ ପାଇଛନ୍ତି।

ସେହିପରି ପୁନମ ଯାଦବ ମଧ୍ୟ ମହିଳା କ୍ରିକେଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ମହିଳା କ୍ରିକେଟ୍ ଟିମର ପ୍ରମୁଖ ୧୦ ଜଣ ବୋଲରଙ୍କ ମଧ୍ୟରେ ଅନ୍ୟତମ ।

ଅର୍ଜୁନ ପୁରସ୍କାର ପାଇଥିବା ଏକମାତ୍ର ମହିଳା କ୍ରିକେଟର ହେଉଛନ୍ତି ମହିଳା କ୍ରିକେଟ ଟିମର ଷ୍ଟାର ଓପନର ସ୍ମୃତି ମନ୍ଧନା । ସେ ୨୦୧୮ ମସିହାରେ ଏହି ପୁରସ୍କାର ପ୍ରାପ୍ତ କରିଥିଲେ ।

Leave A Reply

Your email address will not be published.