Latest Odisha News

୩୧ରେ ଉତକେଲାରୁ ଭୁବନେଶ୍ୱରକୁ ଉଡିବ ବିମାନ: ଆଜି ଟ୍ରାଏଲ ରନ୍

କଳାହାଣ୍ଡି: ଆସନ୍ତା ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲାର ଉତକେଲାରୁ ଭୁବନେଶ୍ୱରକୁ ଉଡିବ ବିମାନ। ‌ଏହାପୂର୍ବରୁ ଆଜି ଟ୍ରାଏଲ ରନ୍ କରାଯିବ। ସଫଳତାର ସହ କିଭଳି ଉତକେଲାରୁ ବିମାନ ଉଡାଣ କରିବ। ସେଥିପାଇଁ ଡିଜିସିଏ ପକ୍ଷରୁ ଏହି ଉଡାଣ ପରୀକ୍ଷଣ କରାଯିବ। ଆଜିର ଟ୍ରାଏଲ୍ ରନ୍ ସଫଳ ହେବା ପରେ ଅଗଷ୍ଟ ୩୧ ତାରିଖରୁ ଉତକେଲାରୁ ଭୁବନେଶ୍ୱରକୁ ବିମାନ ଉଡାଣ ଭରିବ  । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଗ୍ୱାଲିଅରରୁ ଏହାର ଶୁଭାରମ୍ଭ କରିବେ। ଏଥି ସହିତ ଭୁବନେଶ୍ୱର ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉତକେଲା ବିମାନ ବନ୍ଦରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ରହିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ୩୧ ତାରିଖ  ସକାଳ ୧୦ଟା ୩୫ରେ ବିମାନଟି ଭୁବନେଶ୍ୱରରୁ ଉତ୍‌କେଲା ଅଭିମୁଖେ ଯାତ୍ରା କରିବ।

ଉତ୍‌କେଲା ହେବ ରାଜ୍ୟର ୫ମ ବିମାନ ବନ୍ଦର, ଯେଉଁଠାକୁ ବିମାନ ଉଡ଼ିବ। ପ୍ରତ୍ୟେକ ଦିନ ଭୁବନେଶ୍ୱରରୁ ଉତ୍‌କେଲାକୁ ବିମାନ ଚଳାଚଳ କରିବ। ପ୍ରତ୍ୟେକ ଦିନ ବିମାନ ଭୁବନେଶ୍ୱରରୁ ଉତକେଲାକୁ ଯିବ ଓ ସେଠାରୁ ଭୁବନେଶ୍ୱରକୁ ଫେରିବ।ପ୍ରାରମ୍ଭିକ ସ୍ତରରେ ବିମାନ କେବଳ ଭୁବନେଶ୍ୱରରୁ ଉତ୍‌କେଲାକୁ ଯିବ। ପରବର୍ତ୍ତୀ ସମୟରେ ଏହାକୁ ରାୟପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ। ଅର୍ଥାତ୍ ବିମାନ ଭୁବନେଶ୍ୱରରୁ ଉତ୍‌କେଲା ଯାଇ ସେଠାରୁ ରାୟପୁର ଯିବ। ସେହିପରି ବିମାନ ରାୟପୁରରୁ ଉତ୍‌କେଲା ଆସିବ ଓ ସେଠାରୁ ଭୁବନେଶ୍ୱର ଫେରିବ।

Leave A Reply

Your email address will not be published.