Latest Odisha News

Ganjam Group Clash: ଗଞ୍ଜାମ ପଥରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପରସ୍ପର ଉପରକୁ କଲେ ପଥର ମାଡ଼

ଗଞ୍ଜାମ: ବିଦ୍ୟାଳୟକୁ ନେଇ ବିବାଦ। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଦୁଇଟି ସାହିର ପିଲାଙ୍କୁ ସ୍କୁଲ ଆସିବାକୁ ମନା କରିବାରୁ ଆରମ୍ଭ ହୋଇଥିଲା ବିବାଦ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ପଥରା ଗାଁରେ ଉଡ଼ିଲା ଟେକା ପଥର। ଗୋଷ୍ଠୀ ସଂଘର୍ଷକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ଗାଁରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛନ୍ତି।

ଅଭିଯୋଗ ଅନୁସାରେ ପଥରା ଗାଁର କଣ୍ଡରାପଡ଼ା ସ୍କୁଲରେ ପାଠ ପଢ଼ିବାକୁ ଆସୁଥିବା ତଳସାହି ଓ କପିଳେଶ୍ୱର ସାହିର ପିଲାଙ୍କୁ ମନା କରିବାରୁ ବିବାଦ ଦେଖାଦେଇଛି। ସ୍କୁଲରେ ପିଲା ଅଧିକ ହେଉଥିବାରୁ ପାଠ ଭଲ ହେଉନି ବୋଲି କଣ୍ଡରାପଡ଼ାର କିଛି ଲୋକ ତଳସାହି ଓ କପିଳେଶ୍ୱର ସାହି ପିଲାଙ୍କୁ ସ୍କୁଲ ନଆସିବାକୁ କହିଥିଲେ। ଏହାକୁ ନେଇ ବିବାଦ ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମାଧାନ କରିବାକୁ ଯାଇଥିଲେ।

ଏହି ସମୟରେ ଉତ୍ୟକ୍ତ ଲୋକ ତାଙ୍କୁ ୪ ଘଣ୍ଟା ଅଟକ ରଖିଥିଲେ। କୌଣସି ସମାଧାନ ନହେବାରୁ ଫେରି ଆସିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ଏହାପରେ ପଥରା ଗାଁର ତଳସାହି ଓ କଣ୍ଡରା ସାହିର ଦୁଇ ଗୋଷ୍ଠୀ ମାରପିଟ ହେବା ସହ ପରସ୍ପର ଉପରକୁ ଢେଳାପଥର ମାଡ଼ କରିଛନ୍ତି। ଆକ୍ରମଣ ପ୍ରତି ଆକ୍ରମଣରେ କିଛି ଆହତ ହୋଇଛନ୍ତି, ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।

Comments are closed.