Latest Odisha News

BREAKING NEWS

CRPF କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ମୃତ, ୨ ଗୁରୁତର

ରାୟପୁର: ସିଆରପିଏଫ୍ ଯବାନଙ୍କ ଉନ୍ମତ୍ତକାଣ୍ଡ । ସିଆରପିଏଫ୍ କ୍ୟାମ୍ପରେ ବଚସାରୁ ପରସ୍ପର ଉପରେ ଚଳାଇଲେ ଗୁଳି । ଜଣେ ଯବାନ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ହୋଇଛନ୍ତି ଦୁଇ ଜଣ ଯବନା । ଛତିଶଗଡ଼ ବସ୍ତର ଜିଲ୍ଲାରେ ଥିବା ସିଆରପିଏଫ୍ କ୍ୟାମ୍ପ ୧୪୧ ବାଟାଲିୟନରେ ଏହି ଘଟଣା ଘଟିଛି ।

ଦୁଇ ଗୁରୁତରଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ମୃତ ଯବାନ ହେଉଛନ୍ତି ପ୍ରମୋଦ କୁମାର ସୋରି ବୋଲି ସୂଚନା ମିଳିଛି । ଅନ୍ୟ ଯବାନଙ୍କୁ ଗୁଳି କରି ନିଜକୁ ଗୁଳି କଲେ ଜଣେ ଯବାନ । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଚାଲିଛି ଖୋଳତାଡ ।

Leave A Reply

Your email address will not be published.