Latest Odisha News

BREAKING NEWS

ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ : ଭାରରେ ବୁହାହେଲେ ଗର୍ଭବତୀ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ । ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳା ଭାରରେ ବୁହା ହୋଇ ପହଞ୍ଚିଛନ୍ତି ମେଡିକାଲରେ ।

ସୂଚନାଅନୁସାରେ, କାଶୀପୁର ବ୍ଲକ୍ ସିରିପିଇ ପଞ୍ଚାୟତ ଅନ୍ତର୍ଗତ ବଣ୍ଡାଦୋରା ଗାଁର ଲକ୍ଷ୍ମୀ ମାଝୀଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ନଥିବା ଯୋଗୁଁ ଗାଁରେ ପହଞ୍ଚିପାରିନଥିଲା । ଫଳରେ ପରିବାରଲୋକ, ଆଶାକର୍ମୀ ଓ ଆମ୍ବୁଲାନ୍ସ କର୍ମଚାରୀ ଲକ୍ଷ୍ମୀଙ୍କୁ ଏକ ଖଟରେ ଭାର କରି ବୋହି ଆଣିଥିଲେ ।

ଦୀର୍ଘ ୭ କିଲୋମିଟର ଜଙ୍ଗଲ ଭିତରେ ବୁହାହୋଇ ଗର୍ଭବତୀ ମେଡିକାଲ ଆସିଥିଲେ । ପରେ ମାଣ୍ଡିବିସି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଲକ୍ଷ୍ମୀ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

Leave A Reply

Your email address will not be published.