Latest Odisha News

BREAKING NEWS

ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ମାରପିଟ୍; ଚାଲିଗଲା ଜଣଙ୍କ ଜୀବନ, ୫ ଆହତ

କୋରାପୁଟ:ଦୁଇ ଶ୍ରମିକ ଗୋଷ୍ଠୀ ଭିତରେ ଗଣ୍ଡଗୋଳ । ଚାଲିଗଲା ଜଣଙ୍କ ଜୀବନ , ୫ ଜଣ ଆହତ । କୋରାପୁଟ ସଦର ଥାନା ଅଧିନସ୍ଥ ଜରଟି ନିକଟସ୍ଥ ରେଳବାଇ ଦୋହରିକରଣ କ୍ୟାମ୍ପରେ ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି । ବଙ୍ଗାଳୀ ଶ୍ରମିକ ଗୋଷ୍ଠୀ ଓ ବିହାରୀ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ନିଶାସକ୍ତ ଅବସ୍ଥାରେ ପ୍ରଥମେ ଗାଳି ଗୁଲଜରୁ ଆକ୍ରମଣ ହୋଇଥିଲା ।

ସୂଚନାଥାଉକି, ବଙ୍ଗାଳୀ ଗୋଷ୍ଠୀ ଲୁହା ରଡ଼ରେ ଆକ୍ରମଣ କରିବାରୁ ବିହାରୀ ଗୋଷ୍ଠୀର ୫ଜଣ ଆହତ ଓ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ଶ୍ରମିକଙ୍କର ଆଜି ଚିକିତ୍ସାଧାନୀ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ମହମ୍ମଦ ଦୁଲାଲ। ସେ ବିହାରର କାଠିଆ ଜିଲ୍ଲାର ।

ଏପଟେ ସଦର ଥାନା ପୋଲିସ ବଙ୍ଗାଳୀ ଗୋଷ୍ଠୀର ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

 

Leave A Reply

Your email address will not be published.