Latest Odisha News

BREAKING NEWS

ଆଜିଠୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ, ସ୍କୁଲ ଆସିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଆଜିଠୁ ଆରମ୍ଭ ହେଲା ଏକାଦଶ ଶ୍ରେଣୀ ପାଠପଢ଼ା । ୧୮ମାସ ପରେ ସ୍କୁଲ ଆସିଲେ ଛାତ୍ରଛାତ୍ରୀ। କୋଭିଡ଼ କଟକଣାରେ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏଁ ପାଠପଢ଼ା ହୋଇଥିଲା।

ଶ୍ରେଣୀ ଗୃହରେ ଚୌକି, ବେଞ୍ଚ, ଲାଇବ୍ରେରୀ, ଲାବ୍ରୋଟୋରୀ, ଶୌଚାଳୟ ଆଦିକୁ ବିଶୋଧନ କରାଯାଇଛି। ପିଇବା ପାଣି, ସାନିଟାଇଜର ଆଦି ପର୍ଯ୍ୟାପ୍ତ ସୁବିଧା ରଖାଯାଇଛି। କରୋନାକୁ ନଜରରେ ରଖି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି। ପିଲାଙ୍କୁ ସ୍କୁଲ ନେବା ଆଣିବା ଦାୟିତ୍ୱ ଅଭିଭାବକମାନେ ତୁଲାଇବେ। ସ୍ୱତନ୍ତ୍ର ଆଇସୋଲେସନ୍ ରୁମ୍ ରଖିବା, କ୍ଲାସରୁମରେ ୨୦ରୁ ୨୫ପିଲାଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଟାଇମ ଟେବୁଲ ପ୍ରସ୍ତୁତ କରିବା ଦିଗରେ କଲେଜ ଅଧ୍ୟକ୍ଷମାନେ ପଦକ୍ଷେପ ନେଇଛନ୍ତି।

ବିଦ୍ୟାଳୟ ଖୋଲିବା ସହ ଆଜିଠୁ ହଷ୍ଟେଲଗୁଡ଼ିକ ଆରମ୍ଭ। ହଷ୍ଟେଲରେ ସର୍ବସାଧାରଣ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ନିୟମିତ ସଫା କରିବାକୁ କୁହାଯାଇଛି। ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.