Latest Odisha News

BREAKING NEWS

[ଭିଡ଼ିଓ ] ଗୁଣି ସନ୍ଦେହରେ ହତ୍ୟା ମାମଲା, ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ରାୟଗଡା : ରାୟଗଡ଼ାରେ ଗୁଣିଆ ସନ୍ଦେହରେ ହତ୍ୟା ମାମଲା । ଗୁଣି ଗାରେଡି ସନ୍ଦେହ କରି ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତି ନେଇ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଏବେ ବି ସେହି ୯ଜଣଙ୍କର ଫାଶୀ ଦଣ୍ଡାଦେଶ କାଏମ ରହିଛି।

ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ କିତୁଂ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ୨୦୧୬ ମସିହାରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ଥ କରିଛନ୍ତି ଜିଲ୍ଲା ଓ ଦୌରାଜଜ ଅଦାଲତ । ପୂର୍ବରୁ ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ମାନ୍ୟବର ହାଇକୋର୍ଟ ମାମଲାର ପୁନର୍ବିଚାର କରିବା ପାଇଁ ପ୍ରଥମେ ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୁଣପୁର କୋର୍ଟ ମାମଲାଟିକୁ ରାୟଗଡା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟକୁ ସ୍ତାନାନ୍ତର କରିଥିଲେ। ମାମଲା ସ୍ଥାନାନ୍ତର ହେବାପରେ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ଏହାର ବିଚାରଣା କରିବା ପରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସେପ୍ଟେମ୍ବର ୯ ତାରିଖ ୨୦୧୬ ମସିହାରେ କିତୁଂ ଗ୍ରାମର ଗୋଟିଏ ପରିବାରର ବାପା, ମା ଓ ଝିଅଙ୍କୁ ଗୁଣିଗାରେଡି ସନ୍ଦେହରେ ପ୍ରଥମ ନିସ୍ତୁକ ମାଡ ପରେ କୀଟନାଶକ ଇଞ୍ଜେକସନ ଦେଇଥିଲେ । ଅଚେତ ଅବସ୍ଥାରେ ଗାତଖୋଳି ପୋତି ଦେଇଥିଲେ । ପରେ ପୁଲିସ ହାତରେ ଧରାପଡିଯିବା ଭୟରେ ଗାତ ଭିତରୁ ବାହାର କରି ପୁଣି କିରୋସିନ ଢାଳି ପୋଡି ଦେଇଥଲେ। ଏହି ଜଘନ୍ୟ ହତ୍ୟା ମାମଲାରେ ପୁଟାସିଂ ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଦେଇଥିଲା ।

ଏହି ମାମଲାର ବିଚାର କରି ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ୨୦୧୮ ମସିହା ଏପ୍ରିଲ ୧୩ ତାରିଖରେ ୯ ଜଣଙ୍କୁ ଫାସି ଦଣ୍ଡାଦେଶ ଶୁଣାଇଥିଲେ । ପରବର୍ତ୍ତୀ ସମୟରେ ଦଣ୍ଡାଦଶ ପାଇଥିବା ୯ ଜଣ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Leave A Reply

Your email address will not be published.