Latest Odisha News

BREAKING NEWS

ପଦାରେ ପଡିଲା ନକଲି ଡାକ୍ତରଙ୍କ କେଳେଙ୍କାରୀ, ଯୁବତୀଙ୍କୁ ଫସାଇ ଲୁଟୁଥିଲେ ଟଙ୍କା

ଭୁବନେଶ୍ୱର: ନକଲି ଡାକ୍ତର କେଳେଙ୍କାରୀ ପର୍ଦ୍ଦଫାଶ ହୋଇଛି । ଲୁଟେରାକୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ କଟକ ବଡମ୍ବା ଅଞ୍ଚଳର ପ୍ରଭାସ ଦାସ । ସୋସିଆଲ ମିଡିଆରେ ଯୁବତୀ ମାନଙ୍କୁ ପ୍ରେମରେ ଫସାଇ ମୋଟା ଅଙ୍କର ଲୁଟ୍ ଚଳାଇଥିଲା। ନିଜକୁ ଏମକେସିଜିରେ ଗାଇନୋକୋଲୋଜିଷ୍ଟ ଡାକ୍ତର ବୋଲି ଫେସବୁକ୍ ଓ ମାଟ୍ରିମୋନିରେ ବିଜ୍ଞାପନ ଦେଇଥିଲେ କଟକର ପ୍ରଭାସ ରାଜ । ଆଉ ବିଜ୍ଞାପନକୁ ଆଧାର କରି ଅନେକ ଝିଅଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ।

ସୁଯୋଗ ଦେଖି ଯୁବତୀମାନଙ୍କୁ ଡାକୁଥିଲେ ଆଉ ସେମାନଙ୍କ ମୋବାଇଲ, ପର୍ସ ଓ ଟଙ୍କା ନେଇ ଚମ୍ପଟ ମାରୁଥିଲେ । ପ୍ରକୃତରେ ଷଷ୍ଠ ଶ୍ରେଣୀରେ ଫେଲ୍ ହୋଇଥିଲେ ପ୍ରଭାସ ।  ପ୍ରଭାସଙ୍କ ବିରୋଧରେ ଏକାଧିକ ଯୁବତୀ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ତାକୁ ଗିରଫ କରାଯାଇଛି ।

ମାଟ୍ରିମୋନିଆଲ ସାଇଟ୍‌ରେ ମିଠା ମିଠା କଥା କହି ଡାକ୍ତରର ପରିଚୟ ଦେଇ ସୁନ୍ଦରୀ ଯୁବତୀଙ୍କ ହୃଦୟ ଜିତୁଥିଲେ । ସେମାନଙ୍କୁ ବଡ ବଡ ରେଷ୍ଟୁରାଣ୍ଟ, ସପିଂ ମଲକୁ ବୁଲେଇ ନେଇ ଚଞ୍ଚକତା କରି ଲୁଟି ନେଉଥିଲେ ମୋବାଇଲ ସହ ଲକ୍ଷାଧିକ ଟଙ୍କା ।

କିଛିଦିନ ତଳେ ଜଗସିଂହପୁର ରଘୁନାଥପୁର ଅଞ୍ଚଳର ଯୁବତୀଙ୍କୁ ମାଟ୍ରିମୋନିଆଲ ସାଇଟରୁ ବିବାହ ପାଇଁ ପ୍ରସ୍ତାବ ଆସିଥିଲା । ପ୍ରସ୍ତାବ ଦେଇଥିବା ଯୁବକ ନିଜକୁ ପ୍ରଭାସ ରାଜ ଏବଂ ସେ ଏମ୍‌କେସିଜିରେ ଡାକ୍ତର ଥିବା ଦର୍ଶାଇଥିଲେ । ଯୁବକ ଉଚ୍ଚ ଶିକ୍ଷିତ ଦେଖିବା ପରେ ରଶ୍ମିତା ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ । ପରେ ପ୍ରଭାସ ତାଙ୍କ ହ୍ୱାଟସ୍‌ଆପ୍‌ରେ ଚାଟିଂ କରିଥିଲେ ।

ତା ପରେ ତାଙ୍କ ପର୍ସ ସହ ମୋବାଇଲ ଧରି ଛୁ ମାରିଥିଲେ ପ୍ରଭାସ ।  ଏନେଇ ସଙ୍ଗେ ସଙ୍ଗେ ସେ ସହିଦନଗର ଥାନାରେ ଏତଲା ଦେଇଥିଲେ । ପୁଲିସ ତାଙ୍କ ଏତଲାକୁ ଭିତ୍ତି କରି ରବିବାର ବାଲେଶ୍ୱରରୁ ଅଭିଯୁକ୍ତ ପ୍ରଭାସକୁ ଗିରଫ କରିଛି । ପୁଲିସ ତା ବିରୋଧରେ ଆଇପିସିର ଦଫା ୪୨୦ ଲଗାଇ ପଚରାଉଚରା କରୁଛି ।

Leave A Reply

Your email address will not be published.