Latest Odisha News

ଅଭୁଲା ଗୀତ : ଝୁଲରେ ହାତୀ ଝୁଲରେ

ଗୀତ: ସାରଦା ପ୍ରସନ୍ନ ନାୟକ
ସଙ୍ଗୀତ : ବାଳକୃଷ୍ଣ ଦାଶ
ଗାୟନ: ସିପ୍ରା ବୋଷ
ଲକ୍ଷ୍ମୀ, ୧୯୬୨

 

ଝୁଲରେ ହାତୀ ଝୁଲରେ
ବାଆ ପାଣି ଖାଇ ଫୁଲରେ
ଝୁଲରେ ହାତୀ ଝୁଲରେ
ହାତୀ ଝୁଲୁଥାଏ ନସର ପସର
କିଆ କନ୍ଦା ଖାଇବାକୁ
କହ୍ନେଇ ଝୁଲଇ ଯଶୋଦା କୋଳରେ
ଦୁଧକଳେ ଖାଇବାକୁ
ଝୁଲରେ ହାତୀ ଝୁଲରେ
ବାଆ ପାଣି ଖାଇ ଫୁଲରେ।

ଲହୁଣୀ ଚୋର ନବାତ ଚୋର
ଚାଲେ ଢଳି ଢଳି
ନ ଆସେ ଘୁମ ନୟନେ ତା’ର
ଖେଳଇ ଲୁଚକାଳି
ଖାଲି ଖେଳଇ ଲୁଚକାଳି
ଶୋକ ପାସୋରା ସୁଖ ପସରା
ଗୋପର ବନମାଳୀ
ଝୁଲରେ ହାତୀ ଝୁଲରେ
ବାଆ ପାଣି ଖାଇ ଫୁଲରେ ।

ଯଶୋଦା ହାତେ ଧରି ଲଉଡ଼ି
ଧାଆନ୍ତି ପଛେ ପଛେ
ଅନ୍ଧ ଲଉଡ଼ି ମୁରୁକି ହସି
ଗୋପୀ ପଣତେ ଲୁଚେ
କାହ୍ନୁ ଗୋପୀ ପଣତେ ଲୁଚେ
ପଡ଼ିଲା ଧରା ନୟନ ଚୋରା
ଯମୁନା ନୀର ନାଚେ
ଝୁଲରେ ହାତୀ ଝୁଲରେ
ବାଆ ପାଣି ଖାଇ ଫୁଲରେ।

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

 

Comments are closed.