ଗୀତ: ମରମ ତଳେ ଅତୀତ ଯେ ମରେନା
ସଙ୍ଗୀତ ଓ ଗାୟନ: ବାଳକୃଷ୍ଣ ଦାଶ
ଗୀତ: ନାରାୟଣ ପ୍ରସାଦ ସିଂହ
ଚଳଚ୍ଚିତ୍ର : ଅଭିନେତ୍ରୀ, ୧୯୬୫
ମରମ ତଳେ ଅତୀତ ଯେ ମରେନା
ମରମ ତଳେ ଅତୀତ ଯେ ମରେନା ଦହନ ଯେ ସରେନା
ମରମ ତଳେ ଅତୀତ ଯେ ମରେନା ଦହନ ଯେ ସରେନା
ନୀର ଧାରା ଝରେ ମରା ଆଖିରେ
ନୀର ଧାରା ଝରେ ମରା ଆଖିରେ
ଯାଏ ସେ ତ ଲେଖିରେ
ଜୀବନୀ ତାର ବ୍ୟଥା ମଧୁର ଭରିଦିଏ ବେଦନା
ଅତୀତ ଯେ ମରେନା
ମରମ ତଳେ ଅତୀତ ଯେ ମରେନା ଦହନ ଯେ ସରେନା
ମିଛ ମାୟା ଭରା ସାରା ଦୁନିଆ
ମିଛ ମାୟା ଭରା ସାରା ଦୁନିଆ
ନାହିଁ କେହି କାହାରେ
ବଞ୍ଚନା ସହି ବଞ୍ଚିବା ପାଇଁ
ମନ କେବେ ଚାହେନା
ଅତୀତ ଯେ ମରେନା
ମରମ ତଳେ ଅତୀତ ଯେ ମରେନା ଦହନ ଯେ ସରେନା
ମରମ ତଳେ ଅତୀତ ଯେ ମରେନା ଦହନ ଯେ ସରେନା
ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ
ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )
Comments are closed.