Latest Odisha News

BREAKING NEWS

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କ ହାତରେ ଗରମ ପାଣି ଢାଳି ବିଷ୍ଠା ଖୁଆଇଲେ

ମାଲକାନଗିରି: ଏକବିଂଶ ଶତାଦ୍ଦୀରେ ବି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ମଣିଷ । ଗୁଣି ଗାରେଡି ସନ୍ଦେହ ମଣିଷ ସମାଜକୁ ଯେମିତି ଜାବୁଡ଼ି ଧରିଛି । କଳାଯାଦୁ ଭୟରେ ଜଣେ ବୃଦ୍ଧାଙ୍କ ଉପରକୁ ଗରମ ପାଣି ମାଡ଼ । ମାଲକାନଗିରିରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ବୃଦ୍ଧାଙ୍କ ଡାହାଣ ହାତରେ ଗରମ ପାଣି ଢାଳି ଦେଇଛନ୍ତି ୧୦ରୁ ଅଧିକ ଗ୍ରାମବାସୀ । ଖାଲି ସେତିକି ନୁହେଁ, ତାଙ୍କୁ ବଳପୂର୍ବକ ବିଷ୍ଠା ଖୁଆଇଛନ୍ତି ।

ଉପାନ୍ତ ଜିଲ୍ଲା ମାଲକାନଗିରିର ଆଦର୍ଶ ଥାନା ଅନ୍ତର୍ଗତ ବି.ଏଲ.ପୁର ପଞ୍ଚାୟତର ମେଟାଗୁଡା ଗାଁ । ଇଏ ହେଉଛନ୍ତି ସାମୁ ସୁଗ୍ରୀଙ୍କ ସ୍ତ୍ରୀ ମାନ୍ଦାଇ ସୁଗ୍ରୀ । ସେ ଗୁଣି ଗାରେଡି କରୁଥିବା ଅଭିଯୋଗ କରି କେତେକ ଗ୍ରାମବାସୀ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସ୍ୱାମୀଙ୍କ ଅନୁପସ୍ଥିତିରେ  ଗରମ ପାଣି ଢାଳିଦେବାରୁ ମାନ୍ଦାଇଙ୍କ ଡାହାଣ ହାତ ଅତି ଗୁରୁତର ଭାବେ ପୋଡି ଫୁଟୁକା ହୋଇଛି । ଏବେ ସେ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି ।

ବିଷ୍ଠା ଖୁଆଇବା ପରେ ଗାଁ ଲୋକେ ତାଙ୍କ ଘର ଉପରେ ଗୋବର ପାଣି ମଧ୍ୟ ଢାଳିଥିଲେ । ଏନେଇ ମାନ୍ଦାଇ ମାଲକାନଗିରି ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମେଟାଗୁଡା ଗାଁକୁ ଯାଇ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ପୋଲିସ ଭୟରେ ମେଟାଗୁଡା ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ବୃଦ୍ଧା ମାନ୍ଦାଇଙ୍କ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.