ସଙ୍ଗୀତ : ଶ୍ରୀକୁମାର
ଗୀତ : ନରସିଂହ ମହାପାତ୍ର
ଗାୟନ : ଶ୍ରୀକୁମାର
ଚଳଚ୍ଚିତ୍ର : ବନ୍ଧନ, ୧୯୬୯
ଆ’ ଜହ୍ନମାମୁ ଶରଦଶଶୀ
ଆ’ ଜହ୍ନମାମୁ ଶରଦଶଶୀ
ମୋ କାହ୍ନୁ ହାତରେ ପଡ଼ରେ ଖସି
ଆ’ ଜହ୍ନମାମୁ ଶରଦଶଶୀ
ଆଖିରୁ ତା’ର ଝରିଲେ ଲୁହ
ପରାଣେ ଝରେ ମୋ ଲହୁ
ବୁକୁଫଟା ତା’ ଅଝଟପଣ
କେମିତି କହ ତୁ ସହୁ
ଆଖିରୁ ତା’ର ଝରିଲେ ଲୁହ
ପରାଣେ ଝରେ ମୋ ଲହୁ
ବୁକୁଫଟା ତା’ ଅଝଟପଣ
କେମିତି କହ ତୁ ସହୁ
ଛୁଇଁ ଯା’ ଟିକେ ପାପୁଲି ତା’ର
ଦେଖି ସେ ହେଉରେ ଖୁସି
ଆ’ ଜହ୍ନମାମୁ ଶରଦଶଶୀ
ମୋ କାହ୍ନୁ ହାତରେ ପଡ଼ରେ ଖସି
ଆ’ ଜହ୍ନମାମୁ ଶରଦଶଶୀ
ତୋ ଭଳିକା ସୁନ୍ଦର ମୁହଁ
ଭୁଲାଇ ପାରୁନି ତୋତେ
ଭାଳି ଭାଳିରେ ପାଇଛି ତାକୁ
ଜଳାନା ଆଉ ତୁ ମୋତେ
ତୋ ଭଳିକା ସୁନ୍ଦର ମୁହଁ
ଭୁଲାଇ ପାରୁନି ତୋତେ
ଭାଳି ଭାଳିରେ ପାଇଛି ତାକୁ
ଜଳାନା ଆଉ ତୁ ମୋତେ
ତା’ ମନ ବୁଝି ଦେ ବୁଝାଇ
ସରଗୁ ଓହ୍ଲାଇ ଆସି
ଆ’ ଜହ୍ନମାମୁ ଶରଦଶଶୀ
ମୋ କାହ୍ନୁ ହାତରେ ପଡ଼ରେ ଖସି
ଆ’ ଜହ୍ନମାମୁ ଶରଦଶଶୀ
ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ
ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )
Comments are closed.