Latest Odisha News

BREAKING NEWS

ଅଭୁଲା ଗୀତ : ନୀଳ ସିନ୍ଧୁ ତୀରେ

ସଙ୍ଗୀତ : ରଣଜିତ ରାୟ ଓ ବାଳକୃଷ୍ଣ ଦାଶ
ଗୀତ : ନିକୁଞ୍ଜ କିଶୋର ଦାସ
ଗାୟନ : ବାଣୀକଣ୍ଠ ନିମାଇଁ ଚରଣ
ଚଳଚ୍ଚିତ୍ର :  ଶ୍ରୀଜଗନ୍ନାଥ, ୧୯୫୦

 

ନୀଳ ସିନ୍ଧୁ ତୀରେ

 

ନୀଳ ସିନ୍ଧୁ ତୀରେ ନୀଳ ଅଚଳ

ନୀଳ ବନ ରାଜି ଘେରା ଦେଉଳ

ନୀଳ ଚକ୍ରେ ରଙ୍ଗ ନେତ ଚଞ୍ଚଳ

ନୀଳ ନଭ ତଟେ ଘନ ଅତଳ ହେ

ନୀଳ ମେଘମାଳା ଆଡ଼େ ହେ

ଅନିଳ ଲହରେ ଧଳା ବକମାଳା

ଧାଡ଼ି ଧରି ଅବା ଉଡ଼େ

ମହାପ୍ରଭୁ ହେ!

 

ପତିତପାବନ ବାନା ଉଡ଼ାଇ

ପତିତ ଜନେ ଦେଉଛ ବୁଡ଼ାଇ

ପତି ଜଗତର କର ବଡ଼ାଇ

ପାପୀ ମୁଁ କି ଯାଏ ଆଖି ଏଡ଼ାଇ ହେ

ଥୟ ନ କଲ କାହାକୁ ହେ

ଥୟ ନ କଲ କାହାକୁ

ଥାଇ ପ୍ରଭୁ ପଣ ହୋଇଲେ କୃପଣ

ନିନ୍ଦିବେ ଚଉବାହାକୁ ହେ

ନିନ୍ଦିବେ ଚଉବାହାକୁ

ଚଉବର୍ଗ ଆଦି ଚକାନୟନ

ଚଣ୍ଡାଳ ବ୍ରାହ୍ମଣ ତୋରେ ସମାନ

ଚଉଦ ଭୁବନେ କେ ସମରଥା

ଚଉରାଶି ନର୍କ ନିବାର ବ୍ୟଥା ହେ

ଚରାଚର ଚିନ୍ତାମଣି ହେ

ଚରାଚର ଚିନ୍ତାମଣି

ଚରଣ ସେବକ କିଣାଦାସ ତୋର

ନିରାଶ ନ କର ଜାଣି ହେ

ନିରାଶ ନ କର ଜାଣି

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Comments are closed.