Latest Odisha News

ଅଭୁଲା ଗୀତ : ମୟୂରୀ ଗୋ

ବନ୍ଦିତା ଦାଶଙ୍କ ଅନୁରୋଧରେ….

ଗୀତ: ଜୀବନାନନ୍ଦ ପାଣି
ସଙ୍ଗୀତ : ଶାନ୍ତନୁ ମହାପାତ୍ର
ଗାୟନ: ମହମ୍ମଦ ରଫି
ଅରୁନ୍ଧତୀ , ୧୯୬୮

ମୟୂରୀ ଗୋ!
ମୟୂରୀ ଗୋ!
ତୁମ ଆକାଶେ ମୁଁ
ଦିନେ ମଲ୍ଲାରେ
ମେଘ ସାଜିଲି
ଚନ୍ଦ୍ରିକା ତୋଳି
ନାଚିଲ ତୁମେ
ଇନ୍ଦ୍ରଧନୁ ମୁଁ ଆଙ୍କିଲି
ମୟୂରୀଗୋ!
ତୁମ ଛନ୍ଦରେ
ଯେବେ ମୋ ସୁର
ହଜାଇ ଦେବି
ବୋଲି ଭାବିଲି
ଏତେ ବର୍ଷାରେ
ମାଟି ଗନ୍ଧରେ
ଯେବେ ତୁମକୁ
ମୁଁ ଭଲପାଇଲି
କେଉଁ ସବୁଜ ବନର ମାୟାରେ
କେଉଁ ସବୁଜ ବନର ମାୟାରେ
ତୁମେ ଲୁଚିଗଲ
କେତେ ଖୋଜିଲି
ମୟୂରୀଗୋ!
ତୁମ ଆକାଶେ ମୁଁ
ଦିନେ ମଲ୍ଲାରେ
ମେଘ ସାଜିଲି
ମୟୂରୀଗୋ!
ଇନ୍ଦ୍ରଧନୁକୁ ଦେଇ ମୁଁ
କଲି ଚନ୍ଦ୍ରିକା ତବ ରଙ୍ଗୀନ
ଇନ୍ଦ୍ରଧନୁକୁ ଦେଇ ମୁଁ
କଲି ଚନ୍ଦ୍ରିକା ତବ ରଙ୍ଗୀନ
ନିଃସ୍ୱ ମୁଁ ଲୁହ ଝରାଇ
ଆଜି ମାଟିର ଦେହେ ବିଲୀନ
ଭିଜା ମାଟି ମୁଁ
ଏବେ ତ ଭାବୁଛି
ଭିଜା ମାଟି ମୁଁ
ଏବେ ତ ଭାବୁଛି
କିମ୍ପା ତୁମକୁ ଗୋ ଭଲ ପାଇଲି
ମୟୂରୀଗୋ!
ତୁମ ଆକାଶେ ମୁଁ
ଦିନେ ମଲ୍ଲାରେ
ମେଘ ସାଜିଲିି
ଚନ୍ଦ୍ରିକା ତୋଳି
ନାଚିଲ ତୁମେ
ଇନ୍ଦ୍ରଧନୁ ମୁଁ ଆଙ୍କିଲି
ମୟୂରୀଗୋ!

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬ ରୁ ୬୯ ବହି

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

 

Leave A Reply

Your email address will not be published.