Latest Odisha News

BREAKING NEWS

ମୌସୁମୀ ଅଧିବେଶନ: ୨୭ରେ ହେବ ବିଧାୟକଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଏହା ପୂର୍ବରୁ ବିଧଶୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ । ୨୭ ଓ ୨୮ ତାରିଖରେ ସ୍ୱତନ୍ତ୍ର କ୍ୟାମ୍ପରେ ବିଧାୟକଙ୍କ କରୋନା ପରୀକ୍ଷା କରାଯିବ । ବିଧାୟକଙ୍କ ସହିତ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କ ମଧ୍ୟ କୋଭିଡ ଟେଷ୍ଟ । ତେବେ ସମସ୍ତଙ୍କ ଆରଟିପିସିଆର୍ ଟେଷ୍ଟ କରାଯିବ । ଏନେଇ ବିଏମ୍‌ସି କମିଶନର ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ହୋଇଛି ।

ସେହିପରି ଅକ୍ଟୋବର ୪ ତାରିଖରେ ମଧ୍ୟ ସବୁ ବିଧାୟକଙ୍କ କରୋନା ଟେଷ୍ଟ କରାଯିବ । ଯଦି ଅଧିବେଶନ ବେଳେ କାହାର କରୋନା ଲକ୍ଷଣ ଦେଖାଯାଏ ଅବା ସ୍ୱାସ୍ଥ୍ୟବସ୍ଥା ଖରାପ ହୁଏ ତେବେ ସେମାନଙ୍କ ଆଂଟିଜେନ୍ ଟେଷ୍ଟ କରାଯିବ । କେବଳ ସେତିକି ନୁହେଁ ବିଧାନସଭା ସଚିବାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟ କରୋନା ପରୀକ୍ଷା କରାଯିବ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିରୋଧୀ ଦଳ ନେତାଙ୍କ ଅଫିସ କର୍ମଚାରୀଙ୍କ ମଧ୍ୟ କୋଭିଡ ଟେଷ୍ଟ ହେବ ।

Leave A Reply

Your email address will not be published.