Latest Odisha News

BREAKING NEWS

ସଟର ପକାଇ କିଣାବିକା, ଧରିଲା ପୁଲିସ୍

ଭୁବନେଶ୍ୱର : ବାହାରେ ବନ୍ଦ, ହେଲେ ଭିତରେ ଭିତରେ ଚାଲିଥିଲା କିଣାବିକା । କରୋନା ଯୋଗୁ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଥିବା ବେଳେ କିଛି ଅମାନିଆ ବ୍ୟବସାୟୀ ନିୟମକୁ ବେଖାତିର କରି ଲୁଚାଛପାରେ ଦୋକାନ ଖୋଲୁଛନ୍ତି । ଏଭଳି ଏକ ଦୋକାନ ଉପରେ ଆଜି ଚଢ଼ାଉ କରିଛି ପୋଲିସ । ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏକ ଲୁଗା ଦୋକାନରେ ସଟର ପକାଇ ଚାଲିଥିଲା ବେପାର । ସଟର ଭିତରେ ବି ଥିଲା ଗ୍ରାହକଙ୍କ ଭିଡ଼ । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ।

ପୋଲିସ କମିଶନର କଡ଼ ଚେତାବନୀ ଦେଇଥିବା ବେଳେ ସଟର ପକାଇ ଭିତରେ ବିକ୍ରି ହେଉଥିଲା । ଆଉ ସଟର ବନ୍ଦ କରି ଭିତରେ କପଡ଼ା ବିକିବା ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଲା ।   ପୋଲିସର ଏକ ସ୍ପେସାଲ ସ୍କ୍ୱାଡ୍ ଦୋକାନ ଉପରେ ଚଢ଼ାଉ କରିଥିଲା । ଗ୍ରାହକଙ୍କୁ ତାଗିଦ୍ କରି ଛାଡ଼ିବା ପରେ ଦୋକାନ ଘରକୁ ସିଲ୍ ପୋଲିସ କରିଛି ।

ପୂର୍ବରୁ କମିଶନରେଟ ପୋଲିସର ଏହି ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇସାରିଛି । କଟକ, ଭୁବନେଶ୍ୱରର ବିଭିନ୍ନ ବଜାରରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି । ବିଶେଷ ଭାବେ ବଜାରରେ ଯେପରି ଭିଡ଼ ଜମିବନି, ସେ ଉପରେ ଅଧିକ ନଜର ରଖାଯାଇଛି  …

Leave A Reply

Your email address will not be published.