Latest Odisha News

BREAKING NEWS

ରାଜଧାନୀରେ ବଦଳିବ ଟିକା ସମୟ, ସକାଳେ ପ୍ରଥମ ଓ ଅପରାହ୍ନରେ ଦ୍ବିତୀୟ ଡୋଜ୍

ଭୁବନେଶ୍ବର : ଏଣିକି ରାଜଧାନୀ ଭୁବନେଶ୍ବରରେ ବଦଳିବ ଟିକା ସମୟ । ସକାଳେ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦିଆଯିବ ଦ୍ବିତୀୟ ଡୋଜ୍ । ଏନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି ।

ପ୍ରଥମ ଡୋଜ୍ ନେଇଥିବା ଯୁବ ବର୍ଗଙ୍କୁ ନିର୍ଦ୍ଧାରିତ ତାରିଖ ମୁତାବକ ଦିଆଯାଉଛି ଦ୍ବିତୀୟ ଡୋଜ୍ । ଆସନ୍ତା ସୋମବାର ସୁଦ୍ଧା ଏହା ଶେଷ ହେବ । ଏହାପରେ ବାକି ଥିବା ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଦିଆଯିବ ପ୍ରଥମ ଡୋଜ୍ ଟିକା । ସକାଳ ସମୟରେ ପ୍ରଥମ ଡୋଜ୍ ଏବଂ ଅପରାହ୍ନରେ ଉଭୟ ୧୮ରୁ ୪୪ ବର୍ଷ ବର୍ଗ ଓ ୪୫ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଟିକାର ଦ୍ବିତୀୟ ଡୋଜ୍ ଦିଆଯିବ । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି ।

ଗତ ୭ ତାରିଖରେ କେନ୍ଦ୍ର ସରକାର ଟିକାକରଣ ନିୟମରେ କୋହଳ କରିଥିଲେ । ଏହାପରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ସୂଚନା ଦେଇଥିଲେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

Leave A Reply

Your email address will not be published.