Latest Odisha News

BREAKING NEWS

ରଥ ଯାତ୍ରା ପ୍ରସ୍ତୁତି ଜୋରଦାର

ପୁରୀ : ଆଗକୁ ଦେବସ୍ନାନ ପୁର୍ଣ୍ଣିମା ଓ ରଥଯାତ୍ରା । ଜୁଲାଇ ୧୨ରେ ରଥ ଯାତ୍ରା ଥିବା ବେଳେ ସମସ୍ତ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏସଓପି ଅନୁଯାୟୀ ଜୁନ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିଛି । ସମସ୍ତଙ୍କ ନଜର ଦେବସ୍ନାନ ପୂର୍ଣ୍ଣମୀ ଉପରେ । ଜିଲ୍ଳା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇପଡିଛନ୍ତି। ତିନି ରଥ ନିର୍ମାଣ ଜୋର ଧରିଛି । ତିନିରଥର ଆବଶ୍ୟକ ୪୨ଚକ ମଧ୍ୟରୁ ୩୯ଟି ଚକ ନିର୍ମାଣ ଶେଷ ହୋଇଛି ।

ରଥର ଚେସିସ ପ୍ରସ୍ତୁତ ହୋଇଛି। ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୯ଟି ଲେଖାଏଁ ଦଣ୍ଡା ଲାଗିଥିବାବେଳେ ଦେବଦଳନ ରଥରେ ୭ଟିଦଣ୍ଡା ଲଗାଯାଇଛି । ମୁଖ୍ୟ ପାଞ୍ଚ ଦଣ୍ଡାରେ ମୁହାଁଟି ଲାଗିବା ପରେ ଆଗ ଓ ପଛ ମୁହାଁଟିରେ ପୋତାଯାଇଥିଲା ଗୁଜ । ଗୁଜ ଉପରେ ନିରାଡ଼ି ଉଠିଥିଲା। ପୁରୀରେ ବିନା ଭକ୍ତରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଘୋଷଣା ପରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜୁନ୨୪ରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମା ପାଇଁ ଆଜି ଏସପି କେ.ଵିଶାଲ ସିଂହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ଦେବ ସ୍ନାନ ମଣ୍ଡପକୁ ଯାଇ ପୋଲିସ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ସାହିଗୁଡିକ ବ୍ୟାରିକେଡ଼ିଂ କରାଯିବ। କେବଳ ଜରୁରୀକାଳୀନ ସେବା ପାଇଁ ଲୋକଙ୍କୁ ଛଡ଼ାଯିବ। ଏଥିପାଇଁ ଏସଓପି ଖୁବଶୀଘ୍ର ଆସିପାରେ।। କରୋନା ମହାମାରୀ ଦ୍ଵିତୀୟ ଲହର ଯୋଗୁଁ ପୁରୀରେ ପ୍ରତିଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓ ଆଗକୁ ରଥଯାତ୍ରା ଥିବାରୁ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଆଵଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.