Latest Odisha News

ବ୍ୟବହୃତ ଲୁଗାର ହେବ ‘ଟେନସାଇଲ୍ ଆନାଲିସିସ୍‌’; ଉନ୍ମୋଚିତ ହେବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ !

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିବା ଲାଗି ରାତି ଦିନ ଏକ କରି ଲାଗି ପଡ଼ିଛି ମୁମ୍ବାଇ ପୋଲିସ । ଦୁଇ ଦୁଇଟି ପୋର୍ଷ୍ଟମର୍ଟମ ରିପୋର୍ଟ ସହିତ ସୁଶାନ୍ତଙ୍କ ଭିସେରା ଟେଷ୍ଟ ପରେ ଏବେ ପୋଲିସ କରିବ ‘ଟେନସାଇଲ୍ ଆନାଲିସିସ୍‌’ । ଯେଉଁ ଲୁଗା ପିନ୍ଧି ଫ୍ୟାନରୁ ଝୁଲି ପଡ଼ିଥିଲେ ସୁଶାନ୍ତ ସେହି ଲୁଗାର ହେବ ‘ଟେନସାଇଲ୍ ଆନାଲିସିସ୍‌’ ପରୀକ୍ଷା । ଏହି ‘ଟେନସାଇଲ୍ ଆନାଲିସିସ୍‌’ ପରୀକ୍ଷାର ଫଳାଫଳ ହିଁ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟକୁ ଉନ୍ମୋଚନ କରିପାରିବ ବୋଲି ତାଙ୍କର ଅଗଣିତ ଫ୍ୟାନ ଆଶା ବାନ୍ଧିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପରେ ବିଭିନ୍ନ ଗଣମାଧ୍ୟମରେ ଏହି ଘଟଣାକୁ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶିତ ହୋଇଛି । ସୁଶାନ୍ତ ଏକ ଶାଗୁଆ ରଙ୍ଗର ନାଇଟ୍ ଗାଉନରେ ଫାଶିଦେଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି । ତେବେ ଏହି ନାଇଟ୍ ଗାଉନକୁ ଏବେ ପୋଲିସ ସୁବୁରବନ କାଲିନାରେ ଥିବା ଫୋରେନସିକ୍ ଲାବୋରେଟୋରୀକୁ ଆନାଲିସିସ୍ ଲାଗି ପଠାଇଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ: ଦିଶାଙ୍କ ମୃତ୍ୟୁ ଘଟଣାରେ ସୋସିଆଲ ସାଇଟରେ ସୂରଜଙ୍କ ନାମ ଉଠିଲା, ଅଭିନେତା କହିଲେ ଏହା ସମ୍ପୂର୍ଣ୍ଣ ଗୁଜବ

ଏହି ‘ଟେନସାଇଲ୍ ଆନାଲିସିସ୍‌’ ରିପୋର୍ଟ ଆସିବାକୁ ମାତ୍ର ୩ ଦିନ ସମୟ ଲାଗିବ । ଏହି ରିପୋର୍ଟର ଫଳାଫଳ ଉପରେ ନିର୍ଭର କରୁଛି ବଲିଉଡ଼ ଷ୍ଟାର୍ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ । ଏହି ଫଳାଫଳରୁ ହିଁ ପୋଲିସ ଜାଣିପାରିବ ଯେ, ପ୍ରକୃତରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ କରାଯାଇଥିଲା ହତ୍ୟା ।

ଏପରିକି ସୁଶାନ୍ତଙ୍କ ମୋବାଇଲ୍ ଫୋନର ଫୋରେନସିକ୍ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଏହି ସମସ୍ତ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ଆସିଗଲେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Leave A Reply

Your email address will not be published.