Latest Odisha News

BREAKING NEWS

NEET ଓ JEE କେବେ ଜାଣନ୍ତୁ, ଘୋଷଣା ହୋଇଛି ତାରିଖ

ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସରକାର । ଜୁଲାଇରେ ସ୍ଥଗିତ ଥିବା ପରୀକ୍ଷା ଆସନ୍ତା ସେପ୍ଟେମ୍ବର ମାସରେ ହେବ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଏହି ସୂଚନା ଦେଇଛନ୍ତି ।

ଜେଇଇ ମେନ୍/ଆଡଭାନ୍ସ ଏବଂ ନିଟ୍ ୨୦୨୦ ର ପ୍ରବେଶିକା ପରୀକ୍ଷା ଆସନ୍ତା ସେପ୍ଚେମ୍ବର ମାସରେ ହେବ । ଜେଇଇ ମେନ୍ ସେପ୍ଟେମ୍ବର ୧ ତାରିଖରୁ ୬ ତାରିଖ ଭିତରେ କରାଯିବ । ଜେଇଇ ଆଡଭାନ୍ସ ସେପ୍ଟେମ୍ବର ୨୭ ତାରିଖ ଓ ମେଡିକାଲ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ସେପ୍ଟେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ ।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ଓ ଆଡଭାନ୍ସ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏବେ ସେପ୍ଟେମ୍ବରରେ ସ୍ଥଗିତ ଥିବା ପରୀକ୍ଷା କରାଯିବ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିବିଏସଇ ଓ ଆଇସିଏସଇ ବୋର୍ଡର ହୋଇ ନଥିବା ପରୀକ୍ଷାକୁ ରଦ୍ଦ କରି ଦେଇଥିଲେ ସୁପ୍ରିମକୋର୍ଟ । ଏହାପରେ ଜେଇଇ ଓ ନିଟ୍ ଟାଳିବା ପାଇଁ ଦାବି ଉଠିଥିଲା । ଏହାପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏକ ପ୍ୟାନେଲ ଗଠନ କରିଥିଲା । ପରୀକ୍ଷା କରାଯିବ କି ନାହିଁ ଆଜି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଥିଲା ।

Leave A Reply

Your email address will not be published.