Latest Odisha News

BREAKING NEWS

କଟକ ସହରରୁ ଚିହ୍ନଟ ହେଲେ ଆଉ ୧୧ କରୋନା ପଜିଟିଭ

କଟକ: ସିଲଭର ସିଟି କଟକରୁ ଶୁକ୍ରବାର ସନ୍ଧ୍ୟାରେ ଚିହ୍ନଟ ହୋଇଛନ୍ତି ଆଉ ୧୧ ଜଣ କରୋନା ପଜିଟିଭ । ଏନେଇ ସ୍ପଷ୍ଟ କରିଛି କଟକ ଜିଲ୍ଲା ପ୍ରଶାସନ। ସେମାନଙ୍କ ମଧ୍ୟରୁ ୫ ଜଣ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ହୋଇଥିବାବେଳେ ୬ ଜଣ ଚାଉଳିଆଗଞ୍ଜର ଏକ ଘରୋଇ ନର୍ସିଂହୋମର ଅଟନ୍ତି। ଏହାପୂର୍ବରୁ ଶୁକ୍ରବାର ଦିନ କଟକ ପୋୖରାଞ୍ଚଳରୁ ୫୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା କଟକ ମ୍ୟୁନିସିପାଲ କର୍ପୋରେସନ ଘୋଷଣା କରିଥିଲା। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ କର୍କଟ ରୋଗୀ ଥିବା ବେଳେ, ୩୬ ଜଣ ଆଟେନଡାଣ୍ଟ ଓ ଜଣେ ଷ୍ଟାଫ ନର୍ସ ଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ସୂଚନା ଦେଇଥିଲେ ।

Leave A Reply

Your email address will not be published.