ଭୁବନେଶ୍ୱର: ପୁଣି ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି। ଯାହା ଫଳରେ ଓଡ଼ିଶାର ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଗଜପତି ଜିଲ୍ଲାରେ ପାଗ କୋହଲା ରହିବା ସହ କିଛି ସ୍ଥାନରେ ଝିପିଝିପି ବର୍ଷା ଦେଖିବାକୁ ମିଳିଛି।
ଲଘୁଚାପ ଦୁର୍ବଳ ହେଲାବେଳକୁ୧୩ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହା ପରବର୍ତ୍ତୀ ୩୬ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପରବର୍ତ୍ତୀ ୪୮ଘଣ୍ଟାରେ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଆସନ୍ତାକାଲିଠାରୁ ୧୬ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କୋହଲା ପାଗ ରହିବା ସହ କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ତେବେ ବର୍ଷା ସମୟରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଫଳରେ ଅପେକ୍ଷାକୃତ ଶୀତ କମିବ। ୧୭ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ। ବଙ୍ଗୋପସାଗରେ ସୃଷ୍ଟ ଅବପାତ ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ଲାଗିରହିଛି। ଗୁରୁବାର ରାତି ସୁଦ୍ଧା ଏହି ଅବପାତ ଦକ୍ଷିଣ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଆଜି ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ଓ କୋହଲା ରହିବ।
ପୂର୍ବ ଆକଳନ ଅନୁଯାୟୀ, ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୧୩ତାରିଖରେ ଲଘୁଚାପ ରୂପ ନେବ। ୧୪ରେ ଅବପାତ ଏବଂ ୧୬ତାରିଖ ସୁଦ୍ଧା ଗଭୀର ଅବପାତ ହୋଇପାରେ। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୯ରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବ। ପରେ ଏହା ସଂଲଗ୍ନ ତାମିଲନାଡ଼ୁରେ ୧୭ରୁ ୧୯ଯାଏଁ ଭାରୀ ବର୍ଷା ହେବ।
Comments are closed.