Latest Odisha News

BREAKING NEWS

ପଞ୍ଚକରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ ମନା: ଆଜିଠୁ ପୀଠରେ ଲାଗିଲା ୧୪୪ ଧାରା

ଆଠଗଡ଼: ଚଳିତବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା । ପଞ୍ଚକ ଓ ବଡ଼ଓଷା ପାଇଁ ଧବଳେଶ୍ୱର ପୀଠରେ ଆଜିଠୁ ପ୍ରଶାସନ ଲଗାଇଛି ୧୪୪ ଧାରା । ଆଜି ପବିତ୍ର ଅଁଳା ନବମାଠାକୁ କାର୍ତ୍ତିକ ପୂର୍ଣ୍ଣିମା ଯାଏ ସର୍ବସାଧାରଣ ଦର୍ଶ ବନ୍ଦ । ୧୯ ତାରିଖ ଯାଏ ଧବଳେଶ୍ୱର ପୀଠରେ ଜାରି ରହିବ ୧୪୪ ଧାରା । କେବଳ ବିଧି ରକ୍ଷା ପାଇଁ ମହାପ୍ରଭୁଙ୍କର ନୀତିକାନ୍ତି ଚାଲିବ ।

କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ୱର ପୀଠକୁ ଆସିବା ପାଇଁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି । ମନ୍ଦିର ପରିସରରେ ମୁତୟନ ହୋଇଛନ୍ତି ପୋଲିସ । ପଞ୍ଚକରେ ଧବଳେଶ୍ୱର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଭିଡରେ ହେଲେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ କରିବା ସହ ବଡ଼ଓଷା ଉପରେ କଟକଣା ଲଗାଇଛି ପ୍ରଶାସନ ।

Leave A Reply

Your email address will not be published.