ବାହୁଡ଼ା ଯାତ୍ରା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ମିଳିବ ତିନି ଲକ୍ଷ ଟଙ୍କାର ଅନୁକମ୍ପା ରାଶି
ଭୁବନେଶ୍ୱର : ଗତ କାଲି ବାହୁଡା଼ ଯାତ୍ରା ସମୟରେ କେନ୍ଦୁଝର ଜିଲ୍ଲା କେନ୍ଦୁଆ ଗ୍ରାମରେ ଦୁର୍ଘଟଣାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗର ଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ସହାୟତା ଘୋଷଣା କରିଛନ୍ତି । ଏତଦବ୍ୟତିତ ଏହି ଦୁର୍ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଖବର ଅନୁଯାୟୀ, ଗତକାଲି ବାହୁଡ଼ା ଯାତ୍ରା ସମୟରେ ୧୧କେଭି ତାର ସଂସ୍ପର୍ଶରେ ଆସି ୩ଜଣ ପ୍ରାଣ ହରାଇବା ସହ ୯ଜଣ ଆହତ ହୋଇଥିଲେ । ଆହତ ମାନଙ୍କୁ କେନ୍ଦୁଝର ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିପରି କୋରାପୁଟ କୋଲାବ ନଗରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨୬ ବର୍ଷିୟ ବାବୁଲା ନାୟକ ମୃତ୍ୟୁବରଣ କରିଥିଲେ ।
Comments are closed.