Latest Odisha News

BREAKING NEWS

ଗୁରୁତର ରୋଗରେ ପୀଡିତ ବାଇଡେନ; ରାତିରେ ଶୋଇ ପାରୁ ନ ଥିବାରୁ ନେଉଛନ୍ତି ମେସିନର ସାହାଯ୍ୟ

ନୂଆଦିଲ୍ଲୀ:ବିଶ୍ୱର ଶକ୍ତିଶାଳୀ ଦେଶର ନେତା ଗୁରୁତର ରୋଗରେ ଆକ୍ରାନ୍ତ । ସେ ରାତିରେ ଠିକ ଭାବେ ଶୋଇ ପାରନ୍ତି ନାହିଁ  ।  ଶୋଇବା ପାଇଁ ସେ କଣ୍ଟିନିଉଅସ ଏୟାରୱେ ପ୍ରେସର ମେସିନ ବା CAPAର  ସାହାଯ୍ୟ ନେଇଥାନ୍ତି । ହଁ, ଆମେ କହୁଛୁ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କଥା ।

ଆମେରିକା ରାଷ୍ଟ୍ରପତି  ଜୋ ବାଇଡେନ ଏବେ ୮୦ ବର୍ଷରେ ଉପନୀତ । ବୟାସଧିକ ରୋଗ ଏବଂ ତଦ୍ଜନିତ ସମସ୍ୟାରେ ସେ ଆକ୍ରାନ୍ତ । ବାଇଡେନ ଆମେରକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି । ତେଣୁ ରାତିରେ ଶୋଇବାବେଳେ ଶ୍ୱାସକ୍ରିୟା ଜନିତ ସମସ୍ୟା ତାଙ୍କର ଦେଖା ଦେଇଥାଏ । ସେ ନିୟମିତ CAPA  ସାହାଯ୍ୟରେ ରାତିରେ ନିଦରେ ଶୋଇଥାନ୍ତି । ହ୍ୱାଇଟ ହାଉସର ପ୍ରବକ୍ତା ଏଣ୍ଡ୍ୟୁ ବେଟ କହିଛନ୍ତି, ସେ ରାତିରେ ଏହି ମେସିନର ସାହାଯ୍ୟ ନେଇ ଶୋଇଥାନ୍ତି । ତେବେ ଏପରି ରୋଗୀଙ୍କ ପାଇଁ ଏହା ଏକ ସାଧାରଣ କଥା ବୋଲି ସେ କହିଛନ୍ତି ।

ରଏଟର୍ସ ନ୍ୟୁଜ ଏଜେନ୍ସି ତଥ୍ୟ ଅନୁସାରେ, ବାଇଡେନ ଠିକ ଭାବେ ନିଃଶ୍ୱାସ ପ୍ରଶ୍ୱାସ ନେବା ପାଇଁ ମେସିନର ସାହାଯ୍ୟ ନେଉଛନ୍ତି । ଏହି ରୋଗର ନାମ ସ୍ଲିପ ଏପନିଆ । ଏହାର କିଛି ଦିନ ପୂର୍ବରୁ ବ୍ଲୁମବର୍ଗ ନ୍ୟୁଜ ଏଜେନ୍ସି ବାଇଡେନ ସିଏପିଏ ମେସିନ ବ୍ୟବହାର କରୁଥିବା ନେଇ ଖବର ପ୍ରକାଶ କରିଥିଲା । ତାଙ୍କର ନିଦ ହେଉ ନ ଥିବାରୁ ସେ କିଛି ସପ୍ତାହ ପାଇଁ ଏହି ମେସିନ ବ୍ୟବହାର କରୁଛନ୍ତି ବୋଲି କହିଥିଲଶ ବ୍ଲୁମବର୍ଗ ।

କିଛି ଦିନ ତଳେ ବାଇଡେନଙ୍କର ଏକ ସାମ୍ବାଦିକ ସମ୍ମିଳନରେ ମିଡିଆ ପକ୍ଷରୁ ତାଙ୍କ ମୁହଁରେ ଏକ ଚଉଡା ପଟି ପରି ଦାଗ ଥିବା ଲକ୍ଷ୍ୟ କରାଯାଇଥିଲା । ବାଇଡେନ ସିଏପିଏ ମେସିନ ବ୍ୟବହାର କରୁଥିବା ନେଇ ସେବେଠୁ ଅନୁମାନ କରାଯାଉଥିଲା ।

ସୂଚନାଥାଉ କି, ବାଇଡେନଙ୍କ କାର୍ଯ୍ୟକାଳ ୨୦୨୪ରେ ଶେଷ ହେବ । ୮୦ ବୟସରେ ପହଞ୍ଚିଥିଲେ ବି ସେ ୨ୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ବାଇଡେନଙ୍କର ଏହି ଇଚ୍ଛା ଏବେ ଡେମୋକ୍ରାଟିପ ପାଟି ସଦସ୍ୟଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

Leave A Reply

Your email address will not be published.