Latest Odisha News

BREAKING NEWS

ଆପରେ ସାମିଲ ହେଲେ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ

ନୂଆଦିଲ୍ଲୀ:ଲୋକପ୍ରିୟ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ ଆମ ଆଦମୀ ପାର୍ଟି (AAP)ରେ ସାମିଲ ହୋଇଛନ୍ତି । ଗୁରୁବାର ଲ୍ଲୀସ୍ଥିତ ଆପ୍ କାର୍ଯ୍ୟାଳୟରେ ତାଙ୍କୁ ଦଳରେ ସାମିଲ କରାଯାଇଛି ।

ମଧ୍ୟପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ବଳ ବଢାଇବାର ପ୍ରୟାସ ଜାରି ରଖିଛି ଆପ । ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସ ସାଂଗଠନିକ କାମ ଆରମ୍ଭ କରି ଦେଇଥିବାବେଳେ ଆପ ବି ପଛରେ ପଡିନି । ମଧ୍ୟପ୍ରଦେଶରେ କର୍ମୀ ସଂଗ୍ରହରେ ଲାଗିଛି ଆପ । ଏହି କ୍ରମରେ ୨୪ ବର୍ଷୀୟ ଚାହତ ଆଜି  ରାଷ୍ଟ୍ରୀୟ ମହାସଚିବ ସନ୍ଦୀପ ପାଠକଙ୍କ ଉପସ୍ଥିତିରେ ସେ ଆପରେ ସାମିଲ ହୋଇଛନ୍ତି ।

ଚାହତ ଟେଲି ଭିଜନର ଜଣେ ଲୋକପ୍ରିୟ କଳାକାର । ମଧ୍ୟପ୍ରଦେଶର ଦାମେହ ଅଞ୍ଚଳର ବାସିନ୍ଦା ଚାହତ ୧୭ ବର୍ଷରେ ପବିତ୍ର ବନ୍ଧନରେ ଅଭିନୟ ଜୀନବ ଆରମ୍ଭ କରିଥିଲେ । ଏହା ବ୍ୟତୀତ ସେ ଟେଲି ସିରଏଲ ‘ହମାରି ବହୁ ସିଲ୍କ’, ’ଦୁର୍ଗା-ମାତା କି ଛାୟା’ ଏବଂ ‘ନଥ-ଜେୱର ୟା ଜଞ୍ଜିର’ରେ ମଧ୍ୟ ଲିଡ ରୋଲରେ ଅଭିନୟ କରିଛନ୍ତି ।   ଏହାସହ ଅନେକ ସିରିଏଲରେ ମଧ୍ୟ ସହଯୋଗୀ କଳାକାର ଭାବେ ଅଭିନୟ କରିଛନ୍ତି ।

 

Leave A Reply

Your email address will not be published.